ନୂଆଦିଲ୍ଲୀ, ୧ ମାର୍ଚ୍ଚ :- ପଶ୍ଚିମବଙ୍ଗର ସନ୍ଦେଶଖାଲି କାଣ୍ଡ ବିରୋଧରେ ଶୁକ୍ରବାର ଦିଲ୍ଲୀ ଭାଜପା ପକ୍ଷରୁ ବଙ୍ଗାଲ ଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ନେତା ଶାହଜାହାଂ ଶେଖ ମହିଳା ମାନଙ୍କ ଉପରେ ଅତ୍ୟାଚାର କରିବା ଓ ମହିଳାଙ୍କୁ ବିରୋଧ କରିବା ଘଟଣାକୁ ଆଜି ଆମେ ଏଠାରେ ବିରୋଧ କରୁଛୁ । ଯେଉଁଭଳି ଭାବରେ ମମତା ବାନାର୍ଜୀ ନିଜ ନେତା ଶେଖ୍ ଙ୍କୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହିପରି ଅରବିନ୍ଦ କେଜରିୱାଲ ଅଙ୍କୁଶ ନାରଂଗଙ୍କୁ ବଂଚାଉଛନ୍ତି । ସଚଦେବା କେଜରିୱାଲଙ୍କ ପାର୍ଟିର ପାର୍ଷଦ ଅଙ୍କୁଶ ନାରଂଗଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯିଏକି ଜଣେ ନାବାଳିକା ଶିଶୁ ସହିତ ଅଶ୍ଳିଳତା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ସନ୍ଦେଶଖାଲି କାଣ୍ଡର ମାଷ୍ଟର ମାଇଣ୍ଡ ଶାହଜାହାଂ ଶେଖଙ୍କୁ ବୁଧବାର ରାତିରେ ଘଟଣାର ୫୫ ଦିନ ପରେ ପୋଲିସ ଗିରଫ କରିଛି । ତାଙ୍କ ଉପରେ ମହିଳାଙ୍କୁ ଯୌନ ଶୋଷଣ ଏବଂ ଲୋକଙ୍କ ଜମି କବ୍ଜା କରିବା ଭଳି ଅଭିଯୋଗ ରହିଛି । ଏହି ଗିରଫଦାରୀ ପରେ ତୃଣମୂଳ କଂଗ୍ରେସ ଶେଖ୍ ଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କାର କରିଛି ।asdfg
