ନୂଆଦିଲ୍ଲୀ, 23 ଫେବୃଆରୀ : କଂଗ୍ରେସ ପାର୍ଟି ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ବିଜେପିକୁ ଫଣ୍ଡ ଦେବା ପାଇଁ ଘରୋଇ କମ୍ପାନୀକୁ ତଦନ୍ତକାରୀ ସଂସ୍ଥା ଜରିଆରେ ଧମକାଉଥିବା ଅଭିଯୋଗ ଆଣିଛି ।
ଦଳର ମହାସଚିବ ଜୟରାମ ରମେଶ ଏଠାରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ କହିଛନ୍ତି ଯେ, ଆର୍ଥିକ ବର୍ଷ 2018-19 ଓ 2022-23 ମଧ୍ୟରେ ବିଜେପିକୁ ପ୍ରାୟ 335 କୋଟି ଟଙ୍କା ଦାନ ଦେଇଥିବା 30 କଂପାନୀକୁ ଏହି ଅବଧି ଭିତରେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତର ସମ୍ମୁଖୀନ ହେବାକୁ ପଡିଥିଲା ।
ଏହି ସଂପର୍କରେ କଂଗ୍ରେସର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ । ରମେଶ କହିଛନ୍ତି ଯେ, କେନ୍ଦ୍ର ସରକାର ଶ୍ୱେତପତ୍ର ଜାରି କରି ଜବାବ୍ ଦେବା ଉଚିତ । ଏହାସହିତ ସେ ସୁପ୍ରିମକୋର୍ଟର ତତ୍ତ୍ୱାବଧାନରେ ମାମଲାରେ ତଦନ୍ତ କରାଯିବା ନେଇ ଦାବି କରିଛନ୍ତି ।
