ବଲାଙ୍ଗୀର, ୩୧ ଜାନୁଆରୀ(ହି.ସ.) – ବଲାଙ୍ଗୀର ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ଡା. ଶୋଭାରାଣୀ ନାୟକ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଡା. ଅଶୋକ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଡା. ଲକ୍ଷ୍ମୀପ୍ରିୟା ସେଠୀ, ଡା. ସିବାଶିଷ ତ୍ରିପାଠୀ, ସୁଶ୍ରୀ ମହାକୁଡ, ବିନୋଦ କୁମାର ଜେନା, ସରୋଜ ସିଂହ ନିନା, ବାଲକ ବାଗ, ଡା. ଜ୍ୟୋତି ରଞ୍ଜନ ମେହେର, ନବ କିଶୋର ମାଝି, ଶମ୍ଭୁ ପ୍ରସାଦ ବାରଲେଣ୍ଡିଆ ଉପସ୍ଥିତ ଥିଲେ । ଶେଷରେ ଡା. ସୁବାଶିଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
