ନୂଆଦିଲ୍ଲୀ, ୩୧ ଜାନୁଆରୀ : – ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀଙ୍କ କାର ଉପରେ ହୋଇଥିବା ଆକ୍ରମଣ ଖବରକୁ କଂଗ୍ରେସ ଗୁଜବ ବୋଲି କହିଛି ।
ବୁଧବାର କଂଗ୍ରେସ ଏକ ବିବୃତି ଜାରି କରି କହିଛି ଯେ, ପଶ୍ଚିମବଙ୍ଗର ମାଲଦାଠାରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଭିଡ଼ ଭିତରେ ଜଣେ ମହିଳା ହଠାତ୍ ରାହୁଲ ଗାନ୍ଧୀଙ୍କ କାର ସମ୍ମୁଖକୁ ଚାଲିଆସିଥିଲେ । ଏହି କାରଣରୁ ହଠାତ୍ ବ୍ରେକ୍ ମାରିବାକୁ ପଡ଼ିଥିଲା । ସେହି ସମୟରେ ସୁରକ୍ଷା ବୃତରେ ବ୍ୟବହୃତ ରଶି ଦ୍ୱାରା କାର ଗ୍ଲାସ ଭାଙ୍ଗି ଯାଇଥିଲା । ଜନସାଧାରଣ ସେମାନଙ୍କ ସହିତ ଅଛନ୍ତି, ଜନସାଧାରଣ ସେମାନଙ୍କୁ ସୁରକ୍ଷିତ ରଖୁଛନ୍ତି ।
ସୂଚନାଯୋଗ୍ୟ ଯେ, ବଙ୍ଗଳା-ବିହାର ସୀମା ନିକଟରେ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ଜଣେ ଉପଦ୍ରବୀ ପଥର ଫିଙ୍ଗିଥିଲେ ବୋଲି କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି । ସେହି କାରଣରୁ କାରର ଗ୍ଲାସ ଭାଙ୍ଗିଗଲା । ତେବେ କଂଗ୍ରେସ ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ।
