ଭୁବନେଶ୍ୱର, 17 ଜାନୁଆରୀ (ହି.ସ.) – ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ୨୦୨୪, ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ହାଇକୋର୍ଟ । ସାଲେପୁର ଜେଏମ୍ଏଫ୍ସି ଅଦାଲତଙ୍କ ୨୦୨୩, ସେପ୍ଟମ୍ବେର ୨୫ର ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜେନା ଦାୟର କରିଥିବା ଆବେଦନ (କ୍ରିମିନାଲ ରିଭିଜନ)ର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା । ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ଫେବ୍ରୁଆରି ପହିଲା ଯାଏଁ ବଳବତର ରହିଛି । ଆଗାମୀ ଫେବ୍ରୁଆରି ୧ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ । ଉଭୟ ପକ୍ଷଙ୍କ ସହମତିରେ ଶୁଣାଣି ଘୁଂଚାଇଛନ୍ତି ହାଇକୋର୍ଟ । ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
