କୋଲକାତା, 17 ଜାନୁୟାରୀ (ହି.ସ.)- ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ସାମିଲ ହେବନାହିଁ । ଯାତ୍ରା ଜାନୁୟାରୀ 27ରେ ପଶ୍ଚିମବଙ୍ଗରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗରେ ଏହି ଯାତ୍ରା 5ଦିନ ଧରି ଚାଲିବ । କିନ୍ତୁ ଏଥିରେ ଇଣ୍ଡି ମେଣ୍ଟର ଅଂଶ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହେବନାହିଁ । ତୃଣମୂଳ କଂଗ୍ରେସ ଜଣେ ନେତା ନିଜ ନାଁ ଗୋପନ ରଖି କହିଛନ୍ତି ଯେ, କଂଗ୍ରେସ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର କୌଣସି ମୂଲ୍ୟ ନାହିଁ, କାହିଁକି ନାଁ ମେଣ୍ଟ ଉପରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
