ଚେନ୍ନାଇ, 4 ଡିସେମ୍ବର (ହି.ସ.)- ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏ.ଭି.ଏମ. ସରବଣନଙ୍କ
ଚେନ୍ନାଇରେ ଗୁରୁବାର ସକାଳ 5ଟାରେ, 86 ବର୍ଷ ବୟସରେ ଦେହାନ୍ତ ଘଟିଛି। ଆଜି ହିଁ ତାଙ୍କର ଅନ୍ତିମ ସଂସ୍କାର
କରାଯିବ। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କର ପାର୍ଥିବ ଦେହକୁ ତାଙ୍କର ଷ୍ଟୁଡିଓରେ
ରଖାଯାଇଛି।
ବରିଷ୍ଠ ଫିଲ୍ମ ନିର୍ମାତା ଏ.ଭି.ଏମ. ସରବଣନଙ୍କର ଦେହାନ୍ତ ତାମିଲ
ସିନେମା ପାଇଁ ଏକ ବଡ଼ କ୍ଷତି । ଏ.ଭି.ଏମ. କମ୍ପାନୀ ଅଧୀନରେ ସେ ତେଲୁଗୁ, କନ୍ନଡ଼ ଏବଂ
ହିନ୍ଦୀ ଭାଷାର ପ୍ରମୁଖ ନିର୍ଦ୍ଦେଶକ ଓ ଅଭିନେତାମାନଙ୍କ ସହ ଅନେକ ଫିଲ୍ମ ନିର୍ମାଣ କରିଥିଲେ।
ସେ ତାମିଲନାଡୁ ସରକାରଙ୍କ କଳାଇମାମଣି ପୁରସ୍କାର, ପୁଡୁଚେରି ସରକାରଙ୍କ ପୁରସ୍କାର ସହିତ ଅନେକ ସମ୍ମାନରେ ସମ୍ମାନିତ
ହୋଇଥିଲେ।
ତାଙ୍କର ନିକଟତମ ବନ୍ଧୁମାନେ, ସଂପର୍କୀୟ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ଏବଂ ସାଧାରଣ ଜନତା ଶେଷ ଦର୍ଶନ ଓ
ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସରବଣନଙ୍କ ଷ୍ଟୁଡିଓର ତୃତୀୟ ମଞ୍ଚରେ ରଖାଯାଇଥିବା ତାଙ୍କର
ପାର୍ଥିବ ଦେହକୁ ଦେଖିପାରିବେ। ପରିବାର ଅନୁସାରେ, ଆଜିହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
