
ନୂଆଦିଲ୍ଲୀ, 7 ଜାନୁଆରୀ (ହି.ସ.) ଭାବବିଭୋର କରୁଛି ଗୀତାବେନ ରାବଡିଙ୍କ ଭଜନ । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଗୀତାବେନ ରାବଡିଙ୍କ ଭଜନ ସେୟାର କରି କହିଛନ୍ତି ଯେ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ-ଭବ୍ୟ ମନ୍ଦିରରେ ରାମଲଲାଙ୍କ ଆଗମନର ଅପେକ୍ଷା ଶେଷ ହେବାକୁ ଯାଉଛି । ଦେଶରେ ମୋର ପରିବାରଜନ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠା ପାଇଁ ବ୍ୟଗ୍ର ଭାବେ ଅପେକ୍ଷା କରିଛନ୍ତି । ତାଙ୍କ ସ୍ୱାଗତରେ ଗୀତାବେନ ରାବଡୀଜୀଙ୍କ ଏହି ଭଜନ ଭାବବିଭୋର କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
