• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଲୋକସଭା ସାଧାରଣ ନିର୍ବାଚନ 2024ର କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ
National

ଲୋକସଭା ସାଧାରଣ ନିର୍ବାଚନ 2024ର କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ

CliQ INDIA
Last updated: March 17, 2024 2:45 pm
CliQ INDIA
Share
6 Min Read
SHARE

ନୂଆଦିଲ୍ଲୀ, 17 ମାର୍ଚ୍ଚ 

ଅଷ୍ଟାଦଶ ଲୋକସଭା ନିର୍ବାଚନ ଆୟୋଜନ ପାଇଁ ଭାରତର ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ସପ୍ତଦଶ ଲୋକସଭାର କାର୍ଯ୍ୟକାଳ 16 ଜୁନ୍ 2024ରେ ଶେଷ ହେଉଛି। ଏହାପୂର୍ବରୁ ଭାରତୀୟ ସମ୍ବିଧାନର ଧାରା 324ରେ ପ୍ରାପ୍ତ କ୍ଷମତା, ଦାୟିତ୍ୱ ଓ ପରିଚାଳନା କ୍ଷମତା ଆଧାରରେ ତଥା ସମ୍ବିଧାନର ଧାରା 83(2) ଏବଂ ଜନପ୍ରତିନିଧି ଆଇନ-1951ର ଧାରା 14 ଅଧୀନରେ ପ୍ରାପ୍ତ କ୍ଷମତାକୁ ଉପଯୋଗ କରି ନୂଆ ଲୋକସଭା ନିର୍ବାଚନ ଆୟୋଜନ ପାଇଁ ପ୍ରସ୍ତୁତି କରିଛନ୍ତି । ଏହି ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଅଷ୍ଟାଦଶ ଲୋକସଭା ନିର୍ବାଚନକୁ ଅବାଧ, ନିରପେକ୍ଷ, ଭାଗିଦାରୀପୂର୍ଣ୍ଣ, ସୁଲଭ, ସମାବେଶୀ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ଏହାବ୍ୟତୀତ ଭାରତୀୟ ସମ୍ବିଧାନର ଧାରା 172(1) ଏବଂ ଜନପ୍ରତିନିଧି ଆଇନ, 1951ର ଧାରା 15 ଅନୁଯାୟୀ ପ୍ରଦତ୍ତ ଅଧିକାର ଓ କ୍ଷମତାକୁ ଉପଯୋଗ କରି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମ ବିଧାନସଭାର ଚଳିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅଷ୍ଟାଦଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ମୋଟ୍ ସାତଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ଅର୍ଥାତ୍, 19 ଓ 26 ଏପ୍ରିଲ୍, 7, 13, 20 ଓ 25 ମେ ଏବଂ 1 ଜୁନ୍ରେ ମତଦାନ ଅନୁଷ୍ଠିତ ହେବ। ଜୁନ୍ 4 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ସାତଟି ପର୍ଯ୍ୟାୟରେ ଯଥାକ୍ରମେ 102, 89, 94, 96, 49, 57 ଏବଂ 57ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଜିତ ହେବ ।

ଓଡ଼ିଶାର 21ଟି ସଂସଦୀୟ କ୍ଷେତ୍ରରେ 13 ମେ, 20 ମେ, 25 ମେ ଏବଂ 1 ଜୁନ୍ରେ ମତଦାନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ମେ 13 ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଚାରିଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ 18 ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ 25 ଏପ୍ରିଲ୍ ହୋଇଥିବା ବେଳେ 26 ଏପ୍ରିଲରେ ନାମାଙ୍କନ ଯାଞ୍ଚ, 29 ଏପ୍ରିଲ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ଏହାପରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ୍ ମେ 20 ତାରିଖରେ ଓଡ଼ିଶାର 5ଟି ସଂସଦୀୟ କ୍ଷେତ୍ର ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ 26 ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ 3 ମେ ରଖାଯାଇଥିବା ବେଳେ ମେ 4 ତାରିଖରେ ନାମାଙ୍କନ ଯାଞ୍ଚ, 20 ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ ।

ଷଷ୍ଠ ପର୍ଯ୍ୟାୟ ଅର୍ଥାତ୍ ମେ 25 ତାରିଖରେ ଓଡ଼ିଶାର 6ଟି ସଂସଦୀୟ କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ 29 ଏପ୍ରିଲରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ 6 ମେ ରଖାଯାଇଥିବା ବେଳେ ମେ 7 ତାରିଖରେ ନାମାଙ୍କନ ଯାଞ୍ଚ, 9 ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ।

ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଜୁନ୍ ପହିଲାରେ ଓଡ଼ିଶାର 7ଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ମେ 7 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ 14 ମେ ରଖାଯାଇଥିବା ବେଳେ ମେ 15ରେ ନାମାଙ୍କନ ଯାଞ୍ଚ, 17 ମେ’ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ। ଓଡ଼ିଶା ସମେତ ଦେଶର ସବୁ ଲୋକସଭା ଆସନ ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଜୁନ୍ 4 ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ସହିତ କାର୍ଯ୍ୟକାଳ ଏବଂ ଆସନ ସଂଖ୍ୟା ନିମ୍ନରେ ଦିଆଗଲା:

ରାଜ୍ୟର ନାମ ବିଧାନସଭାର କାର୍ଯ୍ୟକାଳ ମୋଟ୍ ଆସନ ସଂଖ୍ୟା ଏସ୍ସିଙ୍କ ପାଇଁ ସଂରକ୍ଷିତ ଆସନ ଏସ୍ସିଙ୍କ ପାଇଁ ସଂରକ୍ଷିତ ଆସନ

ଆନ୍ଧ୍ୟପ୍ରଦେଶ 12 ଜୁନ୍,2019 ରୂ 11th ଜୁନ୍,2024 175 29 7

ଅରୁଣାଚଳ ପ୍ରଦେଶ 3 ଜୁନ୍,2019 to

2 ଜୁନ୍,2024 60 – 59

ଓଡ଼ିଶା 25 ଜୁନ୍,2019 to 24 ଜୁନ୍,2024 147 24 33

ସିକିମ୍ 3 ଜୁନ୍,2019 ରୁ

2 ଜୁନ୍,2024 32 2 –

ଗତ ଜାନୁଆରୀ ପହିଲାରେ ନିର୍ବାଚନୀ ରୋଲ୍ ପ୍ରକାଶ ପାଇବା ପରେ ଦେଶରେ 96 କୋଟି 88 ଲକ୍ଷ ମତଦାତା ଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। 2019ରେ ଦେଶରେ 89 କୋଟି 60 ଲକ୍ଷ ମତଦାତା ଥିଲେ। ଗତ ନିର୍ବାଚନ ତୁଳନାରେ ଦେଶରେ ମତଦାତାଙ୍କ ସଂଖ୍ୟା 7କୋଟି 28 ଲକ୍ଷକୁ ବୃଦ୍ଧି ପାଇଛି। 18-19 ବର୍ଷ ବୟସ ବର୍ଗର ପ୍ରାୟ 1 କୋଟି 84 ଲକ୍ଷ ମତଦାତା ରହିଛନ୍ତି।

କାର୍ଯ୍ୟସୂଚୀ ଘୋଷଣା ପରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣ ବିଧିର ସମସ୍ତ ବ୍ୟବସ୍ଥା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉକ୍ତ ରାଜ୍ୟର ସରକାରଙ୍କ ସମ୍ପର୍କରେ ଲାଗୁ ହେବ। ଆଦର୍ଶ ଆଚରଣ ବିଧିର ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ। ଆଦର୍ଶ ଆଚରଣ ବିଧି ମାର୍ଗଦର୍ଶିକାର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଆୟୋଗ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କୁ କଡ଼ାକଡ଼ି ଭାବେ ଗ୍ରହଣ କରାଯିବ । ଯେକୌଣସି ସନ୍ଦେହ କିମ୍ବା ସୂଚନାର ଅଭାବ କିମ୍ବା ଅପର୍ଯ୍ୟାପ୍ତ ବୁଝାମଣା/ବ୍ୟାଖ୍ୟାକୁ ଏଡ଼ାଇବା ପାଇଁ ସମସ୍ତ ରାଜନୈତିକ ଦଳ, ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟ/ପ୍ରତିନିଧିଙ୍କ ଦ୍ୱାରା ସମୟ ସମୟରେ ଏ ସଂକ୍ରାନ୍ତରେ ଜାରି ନିର୍ଦ୍ଦେଶାବଳୀକୁ ପଢ଼ିବା ଏବଂ ବୁଝିବା ଉଚିତ୍ । ଏମସିସି ଅବଧି ମଧ୍ୟରେ ସରକାରୀ ଯନ୍ତ୍ରପାତି/ପଦବୀର ଯେପରି ଅପବ୍ୟବହାର ନ ହୁଏ ତାହା ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାର ପ୍ରଥମ ୭୨ ଘଣ୍ଟା ମଧ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ଏବଂ ନିର୍ବାଚନ ଶେଷ ହେବାର ଶେଷ ୭୨ ଘଣ୍ଟା ପୂର୍ବରୁ ଅତିରିକ୍ତ ସତର୍କତା ଅବଲମ୍ବନ ଏବଂ କଠୋର କାର୍ଯ୍ୟକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ତୁରନ୍ତ, ପ୍ରଭାବଶାଳୀ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ର ନିର୍ବାଚନ ବ୍ୟବସ୍ଥାର ଅନୁପାଳନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଆକାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଲାଗି ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ଓ ରାଜ୍ୟ ସୁରକ୍ଷା ବଳ ରହିବେ। ଏହାବ୍ୟତୀତ ମାଇକ୍ରୋ ଅବ୍ଜର୍ଭର, ଭିଡିଓ କ୍ୟାମେରା, ସିସିଟିଭି, ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯିବ । ନିର୍ବାଚନ ଆୟୋଗ୍ ଏକ୍ଜିଟ୍ ପୋଲ୍ ପ୍ରକାଶ କରିବା ଉପରେ ମଧ୍ୟ ଗଣମାଧ୍ୟମ ପାଇଁ କଟକଣା ଲାଗୁ କରିଛନ୍ତି ।

You Might Also Like

ରାଷ୍ଟ୍ରପତି ମୁର୍ମୁ ବିବାଦ: ମମତାଙ୍କ ଉପରେ ମୋଦୀଙ୍କ ତୀବ୍ର ଆକ୍ରମଣ, ‘କ୍ଷମତାର ଅହଂକାର ଶୀଘ୍ର ଭାଙ୍ଗିଯିବ’ ବୋଲି ଚେତାବନୀ
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ | BulletsIn
ସ୍ୱୟଂସେବକଙ୍କ ଭାବ ବଳ ଓ ଜୀବନ ବଳରେ ଚାଲିଥାଏ ସଂଘ- ଡ.ମୋହନ ରାଓ ଭାଗବତ
ନିଶ୍ଚିନ୍ତକୋଇଲି ଦୁର୍ଘଟଣାକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ଦୁଃଖ ପ୍ରକାଶ
ସଞ୍ଜୟ ସିଂହ ଅପମାନ ପ୍ରସଙ୍ଗ ପରେ ୭ ସାଂସଦଙ୍କ ଅଯୋଗ୍ୟତା ଦାବି କରିଛନ୍ତି, ରାଘବ ଚାଧାକୁ ନିଶାନା କରିଛନ୍ତି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନିର୍ବାଚନ କମିସନଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
Next Article ରାଜ୍ୟ କାର୍ଯ୍ୟାଳୟରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?