କେନ୍ଦ୍ର ସରକାରଙ୍କ ନୁତନ ଆଇନ ବିରୁଦ୍ଧରେ ଜୟପୁର ରେ ଡ୍ରାଇଭର ଙ୍କ ବିକ୍ଷୋଭ
ଜୟପୁର , 6 ଜାନୁଆରୀ (ହି.ସ.) ହିଟ୍ ଆଣ୍ଡ ରନ ଘଟଣା ପାଇ କଠୋର ଦଣ୍ଡ ବ୍ୟବସ୍ଥା କୁ ବିରୋଧ । ଏନେଇ ଓଡିଶା ଡ୍ରାଇଭର ମହାସଂଘର ଶାଖା କୋରାପୁଟ ଜିଲା ଡ୍ରାଇଭର ମହାସଂଘ ଶାଖା, ଜୟପୁର ମୋଟର କର୍ମଚାରି ସଂଘର ସଦସ୍ୟ ମାନେ ଏକତ୍ରିତ ହୋଇ ଷ୍ଟିୟରିଂ ଛାଡି ଆନ୍ଦୋଳନ ରେ ବସିଛନ୍ତି । ଏହି ଆନ୍ଦୋଳନ ଆଜି ଦ୍ୱିତିୟ ଦିନରେ ପହଞ୍ଚିଛି । ଡ୍ରାଇଭର ଦୁର୍ଘଟଣା ଘଟାଇଲେ ଡ୍ରାଇଭର ବତ୍ତି ପାରିବେ ନାହି । ୭ ଲକ୍ଷ ଜୋରିମାନା, ୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ଆଇନ ଆଣିଛନ୍ତି । ଏନେଇ ଆଜି ଡ୍ରାଇଭର ମାନେ ଢେପଗୁଡା ଠାରେ ଷ୍ଟିୟରିଂ ଛାଡି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଇନ କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରହିଲେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ, ଡିଜେଲ, ଗ୍ୟାସ ସଙ୍କଟ ଦେଖାଗଲାଣି ।
ହିନ୍ଦୁସ୍ଥାନ ସମାଚାର / ପବନ //ସମନ୍ୱୟ
