ହୋଜାଇ, 6 ଜାନୁଆରୀ (ହି.ସ.) ଆସାମର ହୋଜାଇ ଜିଲ୍ଲାର ଦକ୍ଷିଣ ବିଦ୍ୟାନଗରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି । କାର୍ତ୍ତିକ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ଆଜି ସକାଳେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଦାମ ସମ୍ପୂର୍ଣ୍ଣ ଭାବେ ଜଳିପୋଡି ଭସ୍ମୀଭୂତ ହୋଇଯାଇଛି । ଗୋଦାମରେ ପ୍ରାୟ 7ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକେ ନିଆଁକୁ ଲିଭାଇଥିଲେ । ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
