ୱାଶିଂଟନ, 31 ଡିସେମ୍ବର (ହି.ସ.) ବ୍ରିଟିଶ ଅଭିନେତା ଟମ୍ ୱିଲକିଙ୍ଗସନଙ୍କର ଶନିବାର 75 ବର୍ଷ ବୟସରେ ଦେହାନ୍ତ ହୋଇଛି । ଟମ୍ଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟମ୍ଙ୍କୁ ଦୁଇଥର ଓସ୍କାର ନିମନ୍ତେ ନାମାଙ୍କିତ କରାଯାଇଥିଲା । ସେ ଦ ଫୁଲ୍ ମୋଟି, ମାଇକେଲ କ୍ଲେଟନ ଓ ଦ ବେଷ୍ଟ ଏକ୍ସୋଟିକ ମେରିଗୋଲ୍ଡ ହୋଟେଲରେ ଦମଦାର ଭୂମିକାରେ ଅଭିନୟ ପାଇଁ ବେଶ୍ ଜଣାଶୁଣା ।
ଟମଙ୍କ ପରିବାର ପକ୍ଷରୁ କୁହାଯାଇଛଇ ଯେ, ଶନିବାର ୱିଲକିଙ୍ଗସନ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ଅନ୍ତିମ ସମୟରେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
