ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଅଧ୍ୟକ୍ଷତା କରିବେ। ଏହି ବୈଠକର ମୂଖ୍ୟ ଉଦ୍ଦେଶ୍ୟ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ବୈଠକର ଥିମ ‘ବିକଶିତ ଭାରତ @2047’ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଅଧ୍ୟକ୍ଷ ଅଛନ୍ତି। ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ସଦସ୍ୟ, ଓ ବିଶେଷ ନିମନ୍ତ୍ରିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଓ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ସାମିଲ ହେବେ।
BulletsIn
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଅଧ୍ୟକ୍ଷତା କରିବେ।
- ବୈଠକ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ବସିବ।
- ବୈଠକର ମୂଖ୍ୟ ଉଦ୍ଦେଶ୍ୟ 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଉପରେ ଗୁରୁତ୍ୱ ଦେବା।
- ବୈଠକର ଥିମ ‘ବିକଶିତ ଭାରତ @2047’ ରହିଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଅଧ୍ୟକ୍ଷ ଅଛନ୍ତି।
- ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ସାମିଲ ହେବେ।
