ଅଯୋଧ୍ୟା, ୩୦ ଡିସେମ୍ବର (ହି.ସ.) – ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦ୍ଘାଟନ ପରେ ବିମାନବନ୍ଦରକୁ ଫେରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତା ମଂଗେସକର ଛକକୁ ଯାଇଥିଲେ । ଗତ ବର୍ଷ ଲତା ମଂଗେସକରଙ୍କ ଜନ୍ମ ବାର୍ଷିକୀରେ ସେ ଏହାକୁ ୨୮ ସେପ୍ଟେମ୍ବରରେ ଉଦ୍ଘାଟନ କରିଥିଲେ । ଛକରେ ୧୪ ଟନ ଓଜନ ଏବଂ ୪୦ ଫୁଟ ଲମ୍ବାର ବୀଣା ଲଗାଯାଇଛି । ଶନିବାର ପ୍ରଥମ ଥର ପାଇଁ ବୀଣା ପାଖରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ଭାବ ପ୍ରବଣ ହୋଇପଡ଼ିଥିଲେ । ସେ ବୀଣାର ଅଲୌକିକ ଚିତ୍ର ଦେଖିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ସୂଚନା ନେଇଥିଲେ । ସେ ଏଠାରୁ ଅଯୋଧ୍ୟା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପରେ ଜନସାଧାରଣ ମଧ୍ୟ ଅତ୍ୟଧିକ ଭାବବିହ୍ୱଳ ହୋଇଥିଲେ । ସେଠାରେ ସଂଗୀତ ରାଣୀ ଲତା ମଂଗେସକରଙ୍କ ସ୍ୱରରେ ଶ୍ରୀ ରାମଙ୍କ ଭଜନ ମଧ୍ୟ ଶୁଣାଯାଉଥିଲା ।
ହିନ୍ଦୁସ୍ଥାନ ସମାଚାର/ଭାନୁ/ସମନ୍ୱୟ
