ମୁମ୍ବାଇ, ୩୦ ଡିସେମ୍ବର (ହିସ) – ଚେନ୍ନାଇଇନ୍ ଏଫ୍ସିର ସହ-ମାଲିକ ଅଭିଷେକ ବଚ୍ଚନ କହିଛନ୍ତି ଯେ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଏହାର ଦଶମ ସିଜନରେ ପ୍ରବେଶ କରିବା ଦେଶର ଫୁଟବଲର ସମସ୍ତ ହିତାଧିକାରୀଙ୍କ ପାଇଁ ଗର୍ବର ବିଷୟ ।
ଆଇଏସଏଲ ସହ କଥା ହେବାବେଳେ ବଚ୍ଚନ ଏହାକୁ ଭାରତୀୟ ଫୁଟବଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଆଇଏସଏଲ ଓ ମରିନା ମଚାନ୍ସଙ୍କୁ ସମର୍ଥନ କରିଥିବାରୁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଲିଗ୍ ଆରମ୍ଭରୁ ଆଇଏସ୍ଏଲ୍ ସହ ଜଡିତ ଥିବା ଅଭିଷେକ କହିଛନ୍ତି, ଦଶମ ସିଜିନ ପାଳନ କରିବା ଏଭଳି ଯୁବ ଲିଗ୍ ପାଇଁ ଏକ ଆଶ୍ଚର୍ଯ୍ୟଜନକ ସଫଳତା । ସମସ୍ତ ହିତାଧିକାରୀ, ମାଲିକ, ଦଳ ଏବଂ ଖେଳାଳିଙ୍କ ପାଇଁ ଆମେ ଅତ୍ୟଧିକ ଗର୍ବିତ । ଭାରତୀୟ ଫୁଟବଲ ସହିତ ଜଡିତ ସମସ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ । ଏହା ଏକ ଅଦ୍ଭୁତ ଏବଂ ଅତ୍ୟନ୍ତ ଗର୍ବର ସମୟ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
