
ଇମ୍ଫାଲ, ୨୧ ଡିସେମ୍ବର (ହି.ସ.)- ମଣିପୁର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାର ଉଲ୍ଲଙ୍ଘନ ଘଟଣାରେ ୨୫୭ ଜଣ ଲୋକଙ୍କୁ ନିଜ ହେପାଜତକୁ ନେଇଛି ।
ପୋଲିସ ପକ୍ଷରୁ ଆଜି କୁହାଯାଇଛି ଯେ, ଆବଶ୍ୟକ ବସ୍ତୁ ସହିତ ଜାତୀୟ ରାଜପଥ ନଂ ୨ ରେ ୧୮୫ ଏବଂ ୩୭ ନଂ ଜାତୀୟ ରାଜପଥରେ ୨୧୬ ଗାଡି ଚଳାଚଳକୁ ସୁନିଶ୍ଚିତ କରାଯାଇଛି । ଗାଡି ଗୁଡିକୁ ସ୍ଵତନ୍ତ୍ର ଏବଂ ସୁରକ୍ଷିତ ଭାବେ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ସୁରକ୍ଷାବଳ ମୁତୟନ କରାଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ମଣିପୁରର ବିଭିନ୍ନ ଜିଲ୍ଲାରେ ପାହାଡ ଏବଂ ଘାଟି ସ୍ଥାନ ମାନଙ୍କରେ ୧୪୨ଟି ନାକା ଏବଂ ଯାଂଚ୍ ଚୌକ ସ୍ଥାପନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
