
ଭୁବନେଶ୍ୱର, 13 ଡିସେମ୍ବର (ହି.ସ.) ଆଜି ହେଉଛି ମହାନ ଜ୍ୟୋତିର୍ବିଦ ପଣ୍ଡିତ ପଠାଣି ସାମନ୍ତଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ମହାନ ଜ୍ୟୋତିର୍ବିଦ ତଥା ପଣ୍ଡିତ ପଠାଣି ସାମନ୍ତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଗବେଷଣା ଓ ଅବଦାନର ତୁଳନା ନାହିଁ। ତାଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥ ‘ସିଦ୍ଧାନ୍ତ ଦର୍ପଣ’ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
