ପାଟଣା, 13 ଡିସେମ୍ବର (ହି.ସ.) ବିହାରର ରାଜଧାନୀ ପାଟଣାର ଜ୍ଞାନ ଭବନରେ ଆଜି ପୂର୍ବାହ୍ନ 11ଟାରୁ ଦୁଇ ଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍, ବିହାର ବିଜନେସ କନେକ୍ଟ-2023ର ଶୁଭାରମ୍ଭ ହେବ । ଏଥିରେ ସାରା ଦେଶରୁ 6ଶହରୁ ଉଦ୍ୟମୀ ଓ 16ଟି ଦେଶର ପ୍ରତିନିଧି ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦ୍ୱିତୀୟ ଦିନରେ ଯୋଗଦେବେ ।
ଉଦଘାଟନ ପରେ ତୁରନ୍ତ ଶିଳ୍ପ ବିଭାଗ ପକ୍ଷରୁ ବିହାରରେ ବୟନ ଏବଂ ଚମଡ଼ା ଶିଳ୍ପରେ ବିନିଯୋଗର ସୁଯୋଗ ଏବଂ ସମ୍ଭାବନା ଉପରେ ଏକ ଉପସ୍ଥାପନା କରାଯିବ । ପ୍ରଥମ ଦିନରେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଶିଳ୍ପ ମନ୍ତ୍ରୀ ସମୀର ମହାସେଠ ସମ୍ବୋଧନ କରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
