ଉଜ୍ଜୟିନୀ, 19 ନଭେମ୍ବର (ହି.ସ.) ଭାରତ-ଅଷ୍ଟ୍ରେଲିଆ ୱାର୍ଲକପ ଫାଇନାଲରେ ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି । ବିଜୟ ଅଭିଯାନ ଧାରା ଜାରି ରହିବା ପାଇଁ ଭଗବାନଙ୍କ ଦ୍ୱାରରେ ଭକ୍ତମାନେ ପ୍ରାର୍ଥନା କରିଛନ୍ତି । ରବିବାର ସକାଳେ ବିଶ୍ୱପ୍ରସିଦ୍ଧ ମହାକାଳ ମନ୍ଦିରରେ ଭଗବାନ ମହାଦେବଙ୍କ ନିକଟରେ ଭାରତର ବିଜୟ ପାଇଁ ବିଶେଷ ପ୍ରାର୍ଥନା କରାଯାଇଛି ।
ମନ୍ଦିରର ପୂଜାରି ଓ ଭକ୍ତମାନେ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
