
ଇନ୍ଦୋର, ୨୫ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ତାଙ୍କ ପାଇଁ ଦେଶର ୪ଟି ଜାତି ହେଉଛି ସବୁଠୁ ବଡ । ତାହା ହେଉଛି ଗରିବ, ଯୁବ ବର୍ଗ, ମହିଳା ଓ କୃଷକ । ଗରିବଙ୍କୁ ସେବା, ଶ୍ରମିକଙ୍କୁ ସମ୍ମାନ ଏବଂ ବଂଚିତଙ୍କ ମାନ ରକ୍ଷା କରିବା ଆମର ପ୍ରାଥମିକତା ଅଟେ । ପ୍ରୟାସ ଯେ, ଦେଶର ଶ୍ରମିକ ସଶକ୍ତ ହେଉ ଏବଂ ସମୃଦ୍ଧ ଭାରତ ନିର୍ମାଣରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଉ ।
ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିଲ୍ଲୀରେ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଇନ୍ଦୋର (ମଧ୍ୟପ୍ରଦେଶ)ରେ ଆୟୋଜିତ ଶ୍ରମିକଙ୍କ ହିତ ଶ୍ରମିକଙ୍କୁ ସମର୍ପିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ ଇନ୍ଦୋରରେ ହୁକୁମଚନ୍ଦ ମିଲ୍ ର ଶ୍ରମିକଙ୍କ ପ୍ରାୟ ୨୨୪ କୋଟି ଟଙ୍କାର ଏକ ଚେକ୍ ହୁକୁମଚନ୍ଦ ମିଲ୍ ର ଶ୍ରମିକ ସଂଘର ପ୍ରମୁଖଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗରିବ ଲୋକମାନଙ୍କ ଜୀବନ ଶୈଳିକୁ ଉନ୍ନତ କରିବା ପାଇଁ ମଧ୍ୟପ୍ରଦେଶ ସରକାର ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଗରିବଙ୍କୁ ସେବା, ଶ୍ରମିକଙ୍କୁ ସମ୍ମାନ ଏବଂ ବଂଚିତଙ୍କ ମାନ ରକ୍ଷା କରିବା ଆମର ପ୍ରାଥମିକତା ଅଟେ । ମୋର ବିଶ୍ଵାସ ଡବଲ୍ ଇଞ୍ଜିନ ସରକାରର ନୂତନ ଟିମ୍ କୁ ଆମ ଶ୍ରମିକ ପରିବାରର ଭୁରପୁର ଭଲପାଇବା ଓ ଆର୍ଶିବାଦ ମିଳିବ ।
ମୁଖ୍ୟମନ୍ତ୍ରୀ ଡଃ. ମୋହନ ଯାଦବ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ ଶ୍ରମିକମାନଙ୍କ ଉନ୍ନତି ପାଇଁ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ତାଙ୍କ ପ୍ରେରଣାରେ ସେ ହୁକୁମଚାନ୍ଦ ମିଲ୍, ଇନ୍ଦୋରର ଶ୍ରମିକ ମାନଙ୍କୁ ତାଙ୍କର ହକ୍ ଦେଇଛନ୍ତି । ଏହା ମଧ୍ୟପ୍ରଦେଶ ଶାସନର ଏକ ଐତିହାସିକ କାର୍ଯ୍ୟ ।
ମୁଖ୍ୟମନ୍ତ୍ରୀ ଡଃ. ମୋହନ ଯାଦବ ଇନ୍ଦୋରରେ ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଶ୍ରମିକଙ୍କ ହିତ ଶ୍ରମିକଙ୍କୁ ସମର୍ପିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
