
ନୂଆଦିଲ୍ଲୀ, ୧୭ ନଭେମ୍ବର (ହିସ) – ୧୩ ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ଆଜି ତାମିଲନାଡୁର ଚେନ୍ନାଇରେ ଆରମ୍ଭ ହେବ । ଏହି ଟୁର୍ନାମେଂଟରେ ୨୯ ଟି ଦଳ ଆଠଟି ପୁଲରେ ବିଭକ୍ତ ହୋଇ ନଭେମ୍ବର ୨୮ ରେ ଫାଇନାଲରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ବିଶେଷଭାବରେ ଜାତୀୟ ଚାମ୍ପିଅନସିପ୍ ସେହି ସ୍ଥାନରେ ଅନୁଷ୍ଠିତ ହେବ ଯେଉଁଠାରେ ଭାରତୀୟ ପୁରୁଷ ହକି ଦଳ ଚଳିତ ବର୍ଷ ଆରମ୍ଭରେ ହିରୋ ଏସୀୟାନ ଚାମ୍ପିଅନ୍ସ ଟ୍ରଫି ଚେନ୍ନାଇ ୨୦୨୩ ଜିତିଥିଲା ।
ପୁଲ୍ ଏ ରେ ଥିବା ଚାମ୍ପିଅନ୍ ହକି ହରିୟାଣା, ଛତିଶଗଡ ହକି ଏବଂ ହକି ଗୁଜୁରାଟ ଅନ୍ତର୍ଭୁକ୍ତ ହେବ । ତାମିଲନାଡୁର ହକି ୟୁନିଟ୍, ହକି ହିମାଚଳ ଏବଂ ଆସାମ ହକି ପୁଲ୍ ବି ରେ ସ୍ଥାନିତ ହୋଇଛନ୍ତି । ପୁଲ୍ ସିରେ ହକି କର୍ଣ୍ଣାଟକ, ହକି ବିହାର, ଦାଦ୍ରା ଏବଂ ନଗର ହାବେଲି, ଦମନ ଏବଂ ଡିୟୁ ହକି ଅନ୍ତର୍ଭୁକ୍ତ ହେବ । ପୁଲ୍ ଡିରେ ହକି ମହାରାଷ୍ଟ୍ର, ହକି ପଞ୍ଜାବ, ହକି ଉତରାଖଣ୍ଡ ଏବଂ ହକି ତ୍ରିପୁରା ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
