
ନୂଆଦିଲ୍ଲୀ, ୭ ନଭେମ୍ବର (ହିସ) – ଝାଡଖଣ୍ଡ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୩ ଟାଇଟଲ ଜିତିବା ପରେ ଭାରତୀୟ ମହିଳା ହକି ଦଳ ବର୍ତମାନ ୨୩୬୮.୮୩ ପଏଁଟ ସହ ବିଶ୍ୱ ମାନ୍ୟତାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି ।
ନିକଟ ଅତୀତରେ ଦଳ ଅଷ୍ଟମ ସ୍ଥାନ ଅଧିକାର କରିଥିଲା, କିନ୍ତୁ ୧୯ତମ ଏସୀୟ ଗେମ୍ସ ହଙ୍ଗଜୋ ୨୦୨୨ ରେ ବ୍ରୋଞ୍ଜ ପଦକ ଏବଂ ଝାଡଖଣ୍ଡ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଜିତିବା ଭାରତୀୟ ମହିଳା ହକି ଦଳକୁ ସର୍ବଶ୍ରେଷ୍ଠ ସ୍ଥିତିକୁ ଫେରାଇ ଆଣିଛି, ଯେଉଁଠାରେ ଜୁନ୍ ୨୦୨୨ ରେ ଏଫ୍ଆଇ ଏଚ୍ ପ୍ରୋ ଲିଗ୍ ସମୟରେ ଭାରତୀୟ ଦଳ ଥିଲା ।
୩୪୨୨.୪୦ ପଏଁଟ୍ ସହ ନେଦରଲ୍ୟାଣ୍ଡ ଶୀର୍ଷ ସ୍ଥାନରେ ଅଛି , ଏହା ପରେ ଅଷ୍ଟ୍ରେଲିଆ ୨୮୧୭.୭୩ ଦିତୀୟ ସ୍ଥାନରେ , ଆର୍ଜେଂଟିନା ୨୭୬୬.୯୦ ପଏଁଟ୍ ସହ ତୃତୀୟ ସ୍ଥାନରେ ଅଛି । ଭାରତଠାରୁ ଶୀର୍ଷରେ ଥିବା ଅନ୍ୟ ଦୁଇଟି ଦଳ ବେଲଜିୟମ ୨୬୦୮.୭୭ ପଏଁଟ ସହ ଚତୁର୍ଥ ସ୍ଥାନରେ ଏବଂ ୨୫୭୩.୭୨ ପଏଁଟ ସହ ଜର୍ମାନୀ ପଂଚମ ସ୍ଥାନରେ ଅଛି ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
