ଭୁବନେଶ୍ୱର, 12 ନଭେମ୍ବର : ରାଜ୍ୟପାଳ ରଘୁବର ଦାସ ପବିତ୍ର ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ,ଶୁଭମ କରୋତି କଲ୍ୟାଣମ, ଆରୋଗ୍ୟମ୍ ଧନ ସମ୍ପଦା, ଶତ୍ରୁ-ବୁଦ୍ଧି ବିନାଶାୟଃ, ଦୀପଃ ଜ୍ୟୋତି ମନୋସ୍ତୁତେ । ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା । ଭଗବାନଙ୍କ ନିକଟରେ ଏହାହିଁ ପ୍ରାର୍ଥନା ଯେ, ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ସୌଭାଗ୍ୟରେ ପରିପୂର୍ଣ୍ଣ ହେଉ ।
