
କୁଚବିହାର, ୧୦ ନଭେମ୍ବର (ହି.ସ.)- କୁଚବିହାର ଜିଲ୍ଲାର ସିତାଇ ଥାନା ପୋଲିସ ଗତ ରାତିରେ ସିଙ୍ଗିମାରି ଅଂଚଳରେ ଚଢ଼ଉ କରି ୫ ଜଣ ଅସାମାଜିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଟୁଟୁଲ ବର୍ମନ, ପ୍ରଶନଜିତ ବିଶ୍ଵାସ, ମହଲମ୍ ଶେଖ, ଅନିସୁଲ ଇସଲାମ୍ ଏବଂ ବାସେର ଅଲ୍ଲୀ । ସେମାନଙ୍କ ନିକଟରୁ ପୋଲିସ ଏକ ଦେଶୀ ବନ୍ଧୁକ, ୮ଟି ବୋମା, ବିପୁଳ ମାତ୍ରାରେ ଚକଲେଟ୍ ବୋମା, ଲୁହା ରଡ଼, ୪ଟି ଟର୍ଚ୍ଚ, ଦୁଇଟି ଗ୍ୟାସ୍ ଲାଇଟର୍ ଜବତ କରିଛି । ଏମାନେ ଡ଼କାୟତି କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
