
ରାଉରକେଲା, ୪ ନଭେମ୍ବର (ହି.ସ.)- ରାଉରକେଲାରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଉପରକୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ ଗୁଳି ଚଳାଇଛନ୍ତି । ସମ୍ପୃକ୍ତ ଯୁବକଙ୍କ ପେଟରେ ବାଜିଛି ଗୁଳି । ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ବିଶ୍ରା ଥାନା ଆଇଟିଆଇ ଛକ ନିକଟରେ ଆଜି ସକାଳ ପ୍ରାୟ ୯ଟା ସମୟରେ ଘଟିଛି ଏହି ଗୁଳିକାଣ୍ଡ । ତେବେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ବିଶ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଗୁଳିମାଡରେ ଆହତ ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି ।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ପ୍ରଦୀପ୍ତ/ସମନ୍ୱୟ
