
ବେଙ୍ଗାଲୁର, ୧୧ ଡିସେମ୍ବର (ହିସ) – ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳ ୫ ଟି ଦେଶ ଟୁର୍ନାମେଂଟରେ ଭାଗ ନେବାକୁ ଆଜି ବେଙ୍ଗାଲୁରର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ପେନର ଭାଲେନ୍ସିୟା ଅଭିମୁଖେ ବାହାରିଛନ୍ତି । ଏହି ଟୁର୍ନାମେଂଟ ୧୫ ଡିସେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ମହିଳା ହକି ଦଳ ଡିସେମ୍ବର ୧୫ ରେ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ଆୟୋଜକ ସ୍ପେନ ସହିତ ମୁହାଁମୁହିଁ ବେହ, ଏହା ପରେ ଡିସେମ୍ବର ୧୬ ରେ ବେଲଜିୟମ, ଡିସେମ୍ବର ୧୯ ରେ ଜର୍ମାନୀ ଏବଂ ଡିସେମ୍ବର ୨୧ ରେ ଆୟର୍ଲାଣ୍ଡ ସହିତ ମୁହାଁମୁହିଁ ହେବ ।
ସେହିଭଳି ଭାରତୀୟ ପୁରୁଷ ହକି ଦଳ ୫ ଦେଶ ଟୁର୍ନାମେଂଟର ପ୍ରଥମ ମ୍ୟାଚରେ ଡିସେମ୍ବର ୧୫ ରେ ଆୟୋଜକ ସ୍ପେନ ସହିତ, ଡିସେମ୍ବର ୧୬ ରେ ବେଲଜିୟମ, ଡିସେମ୍ବର ୧୯ ରେ ଜର୍ମାନୀ ଏବଂ ଡିସେମ୍ବର ୨୦ ରେ ଫ୍ରାନ୍ସ ସହିତ ମୁହାଁମୁହିଁ ହେବ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
