
କୁଆଲାଲମ୍ପୁର, ୧୧ ଡିସେମ୍ବର (ହିସ) – ଭାରତୀୟ ଜୁନିୟର ପୁରୁଷ ହକି ଦଳ ମଙ୍ଗଳବାର ୧୨ ଡିସେମ୍ବର ଦିନ ଏଫ୍ଆଇ ଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ ମାଲେସିଆ ୨୦୨୩ ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ।
ଭାରତୀୟ ଜୁନିୟର ପୁରୁଷ ହକି ଦଳ ତୃତୀୟ ତଥା ଅନ୍ତିମ ପୁଲ୍ ସି ମ୍ୟାଚ୍ ରେ କାନାଡାକୁ ୧୦-୧ରେ ପରାସ୍ତ କରିବା ପରେ ଆତ୍ମବିଶ୍ୱାସରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।
ଏହା ପୂର୍ବରୁ ଟୁର୍ଣ୍ଣାମେଂଟରେ ଭାରତ କୋରିଆକୁ ୪-୨ରେ ପରାସ୍ତ କରିଥିଲା କିନ୍ତୁ ଭାରତ ତାହାର ଦ୍ୱିତୀୟ ମ୍ୟାଚ୍ରେ ସ୍ପେନକୁ ୧-୪ ରେ ହରାଇଥିଲା । ଛଅ ଅଙ୍କ ସହିତ ପୁଲ୍ ସିରେ ଦ୍ୱିତୀୟ ସ୍ଥାନ ହାସଲ କରି ଭାରତ ପୁଲ୍ ଡି ସ୍ଥାନରେ ଟପ୍ପରେ ରହିଥିବା ନେଦରଲ୍ୟାଣ୍ଡକୁ ଭେଟିବ ।
ଭାରତୀୟ ଦଳର ଅଧିନାୟକ ଉତ୍କଳ ସିଂହ କହିଛନ୍ତି, ଆମେ ଏହି ବିଶ୍ୱକପ୍ରେ କିଛି ଭଲ ଖେଳିଛୁ । ୧୦-୧ ବଡ ବିଜୟ ନିଶ୍ଚିତ ଭାବରେ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିବା ଆମର ଆତ୍ମବିଶ୍ୱାସକୁ ବଢାଇ ଦେଇଛି । ଆମେ ଆମର ସର୍ବୋତମ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
