
ରାଂଚି, ୩ ନଭେମ୍ବର (ହିସ) – ହକି ଇଣ୍ଡିଆ ଏହାର ୧୩ ତମ କଂଗ୍ରେସ, ୩ ନଭେମ୍ବର ୨୦୨୩ ଶୁକ୍ରବାର ଦିନ ଜୟପାଲ ସିଂହ ଏଷ୍ଟ୍ରଟ୍ରଫ୍ ହକି ଷ୍ଟାଡିୟମ ମିଟିଂ ହଲରେ ଅନୁଷ୍ଠିତ ହୋଇଥିଲା । ଦେଶରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏବଂ ପଦକ୍ଷେପ ଘୋଷଣା କରିଛି । ଏହାର ରାଜ୍ୟ ସଦସ୍ୟ ୟୁନିଟ୍କୁ ମଜବୁତ କରିବା ପାଇଁ ଏକ ଅଦ୍ୱିତୀୟ ପଦକ୍ଷେପରେ ହକି ଇଣ୍ଡିଆ ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ହକି ଇଣ୍ଡିଆ ଜାତୀୟ ଚାମ୍ପିଅନସିପରେ ପଦକ ଜିତିଥିବା ପ୍ରତ୍ୟେକ ସଦସ୍ୟ ୟୁନିଟକୁ ୧୦.୦୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ନିଷ୍ପତିି ନେଇଛି ।
କଂଗ୍ରେସ ସରକାର ସମୟରେ ହକି ଇଣ୍ଡିଆ ଏହାର ସଦସ୍ୟ ୟୁନିଟ୍ ମାନଙ୍କୁ ହକି ଇଣ୍ଡିଆ ଜାତୀୟ ଚାମ୍ପିଅନସିପରେ ଭାଗ ନେବାକୁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗଗନ/ସମନ୍ୱୟ
