
ନୂଆଦିଲ୍ଲୀ, ୧୪ ନଭେମ୍ବର (ହିସ) – ତୃତୀୟ ହକି ଇଣ୍ଡିଆ ସିନିୟର ମହିଳା ଆନ୍ତର-ବିଭାଗୀୟ ଜାତୀୟ ଚାମ୍ପିଅନସିପ୍ ୨୦୨୩ ବୁଧବାର ଠାରୁ ଏଠାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତା ଆଠଟି ଦଳ ଅଂଶଗ୍ରହଣ କରିବେ ଯାହା ଦୁଇଟି ପୁଲରେ ବିଭକ୍ତ କରାଯାଇଥିଲା ଏବଂ ନଭେମ୍ବର ୨୧ ପର୍ଯ୍ୟନ୍ତ ଚାଲିବେ ।
ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ ଦଳ ଏହାର ପୁଲରେ ଥିବା ଅନ୍ୟ ସମସ୍ତ ଦଳ ବିପକ୍ଷରେ ଖେଳିବେ । ପ୍ରତ୍ୟେକ ପୁଲ୍ରେ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ତା’ପରେ ନଭେମ୍ବର ୨୦ ପାଇଁ ଧାର୍ଯ୍ୟ ଫାଇନାଲ୍ରେ ପହଂଚିବେ । ୨୧ ନଭେମ୍ବରରେ ତୃତିୟ ଓ ଚତୁର୍ଥ ସ୍ଥାନ ପ୍ଲେ-ଅଫ୍ ସହିତ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
