ଜାମ୍ମୁ, ୧୮ ନଭେମ୍ବର (ହିସ) – ଶିବସେନା ୟୁବିଟି ଜାମ୍ମୁ କାଶ୍ମୀର ୟୁନିଟ୍ ଦ୍ୱାରା ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ପାଇଁ ବିଜୟ କାମନା କରି ରାଜ୍ୟ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଶନିବାର ଦିନ ହୋମ -ଯଜ୍ଞ ଆୟୋଜନ କରିଛି ।
ଦଳର ମୁଖ୍ୟ ମନୀଷ ସାହନିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଦେବୀ ଭଗବତୀଙ୍କ ପାଦତଳେ ହୋମ -ଯଜ୍ଞ କରିଥିଲେ ଏବଂ ଭାରତୀୟ ଦଳର ଧମାକାଦାର ବିଜୟ ପାଇଁ ପ୍ରାର୍ଥନା କରିଥିଲେ । ସାହନି କହିଛନ୍ତି ଯେ ଭାରତୀୟ ଟିମ୍ ଅଜୟ ରହି ସେଠାରେ ଭାରତୀୟ ଦଳ ବିଶ୍ୱକପ ଜିତି ଏକ ରେକର୍ଡ ସୃଷ୍ଟି କରିବ । ସେ କହିଛନ୍ତି ଯେ ଯଦି ଆମେ ଭାରତୀୟ ଦଳର ପ୍ରଦର୍ଶନକୁ ଦେଖିବା ତେବେ ସମଗ୍ର ବିଶ୍ୱକପ ସମୟରେ ଭାରତୀୟ ଦଳ ଆନ୍ୟ ଦଳ ଉପରେ ପ୍ରଭାବ ବିସ୍ତାର କରିସାରିଛି ।
ସାହନି କହିଛନ୍ତି ଯେ ଫାଇନାଲରେ ରୋହିତ ଏବଂ ଶୁଭମ୍ ଗିଲଙ୍କ ଭଲ ଆରମ୍ଭ ସହିତ ବିରାଟ କୋହଲି ତାଙ୍କର ୫୧ ତମ ଶତକ ହାସଲ କରିବେ ଏବଂ ଶାମି ଚତୁର୍ଥ ଥର ପାଇଁ ପାଂଚଟି ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୦୦୩ ର ପ୍ରତିଶୋଧ ନେବେ ଏବଂ ଭାରତ ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
