ମୁମ୍ବାଇ, ୯ ଡିସେମ୍ବର (ହିସ) – ମୁମ୍ବାଇରେ ଚାଲିଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ନିଲାମରେ ଭାରତର ଅବିଭକ୍ତ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି । ଏହି ନିଲାମରେ ଚଣ୍ଡିଗଡ଼ର ୨୦ ବର୍ଷୀୟ ଅଲରାଉଣ୍ଡର କାଶ୍ୱୀ ଗୈତମକୁ ଗୁଜୁରାଟ ଜାୟଟସ୍ ୨ କୋଟି ଟଙ୍କାରେ, କର୍ଣ୍ଣାଟକର ଓପନିଂ ବ୍ୟାଟ୍ସମ୍ୟାନ୍ ବୃନ୍ଦା ଦୀନେଶଙ୍କୁ ୟୁପି ୱାରିୟର୍ସ ୧.୩ କୋଟି ଟଙ୍କା କ୍ରୟ କରିଛନ୍ତି ।
ଘରୋଇ କ୍ରିକେଟରେ ଏହି ଉଭୟ ଖେଳାଳିଙ୍କ ଭଲ ପ୍ରଦର୍ଶନ ରହିଛି । ୨୦୨୦ ରେ ଘରୋଇ ମ୍ୟାଚରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୪.୫ ଓଭରରେ ୧୨ ରନ୍ ଦେଇ ୧୦ ୱିକେଟ୍ ନେଇ କାଶ୍ୱୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ଏକ ରେକର୍ଡ ରଚିଥିଲେ ।
ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ
