
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଲ୍ଟିମେଟ ଖୋ ଖୋ ଲିଗ୍ ସିଜିନ୍ ୨ ପାଇଁ ପ୍ରଥମ ଟିକେଟ ପ୍ରଦାନ କରାଯାଇଛି । ଅଲ୍ଟିମେଟ ଖୋ ଖୋ ସିଇଓ ତେନଜିଂ ନିୟୋଗୀ ମୁଖ୍ୟମନ୍ତ୍ରୀ ଭେଟି ପ୍ରଥମ ଟିକେଟ୍ ପ୍ରଦାନ କରିଛନ୍ତି । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆସନ୍ତା ୨୪ ତାରିଖରୁ ଖୋ ଖୋ ଲିଗ୍ ସିଜିନ୍ ୨ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ଓଡିଶା ଜଗରନଟସ୍ ଓ ରାଜସ୍ଥାନ ୱାରିୟରସ୍ ପରସ୍ପରକୁ ଭେଟିବେ । ଅଲ୍ଟିମେଟ୍ ଖୋ ଖୋ ସିଜିନ୍ ୨ ରେ ଭାରତର ଶ୍ରେଷ୍ଠ ୧୪୫ ଖେଳାଳି ଯୋଗଦେବେ, ଯେଉଁଥିରେ ୧୬ ରୁ ୧୮ ବର୍ଷ ବୟସର ୩୩ ଜଣ ଯୁବ ପ୍ରତିଭା ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
