କୋରାଇ, ୧୩ ଜାନୁଆରୀ(ହି.ସ.) – ପାଣିକୋଇଲିସ୍ଥିତ ବିବୋକନନ୍ଦ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି । ଇତ୍ୟ ଅବସରରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ମଧ୍ୟରେ ସ୍ୱାମୀଜୀଙ୍କ ଉପରେ ବକୃତା, ନାଚ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ମାନ ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ରବିନାରାୟଣ ପରିଡ଼ା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେବା ସହିତ ଦେଶ ଓ ଜାତିର ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସ୍ୱର୍ଗ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଲୋପାମୁଦ୍ରା ପାଢୀ, ସୁମିତ୍ରା ପୋଥାଳ, ସ୍ନେହଲତା ରାୟ,ସରସ୍ୱତୀ ସାହୁ କର୍ମଚାରୀ ମୀନାରାଣୀ ସାହୁ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
…………………………………/ସମନ୍ୱୟ
