କେନ୍ଦୁଝର, ୨୮ ନଭେମ୍ବର(ହି.ସ.) – ଆଜି ଘସିପୁରା ନିର୍ବାଚନ ମଣ୍ଡଳୀ ସାଇଁକୁଳ ଠାରେ ବିଧାନସଭା ନେତା ଶମ୍ଭୁନାଥ ରାଉତ ଙ୍କ ସଂଯୋଜନା ରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଟୋପି ଓ ଉତରୀୟ ଦେଇ ଅନ୍ୟ ଦଳ କର୍ମୀଙ୍କୁ ବିଜେପିରେ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଭାବେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ରାଜ୍ୟ ସମ୍ପାଦିକା ମମତା ସିଂ, ଜିଲ୍ଲା ସମ୍ପାଦିକା ଯଶଶ୍ୱିନି ବଳ, ଜିଲ୍ଲା ଉପ ସଭାପତି ଅଖିଳ ଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର ପ୍ରମୁଖଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି ମିଶ୍ରଣ ପର୍ବ ରେ ବିଜେଡ଼ି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA
