ଜୟପୁର, ୩୧ ଅକ୍ଟୋବର (ହି.ସ.)- ଜୟପୁର ପୁଜ୍ୟ ପୁଜା ସଂସଦ ତରଫରୁ ନବ ଉତ୍କଳ ନିର୍ମାଣରେ ଓଡିଶାକୁ ମିଶାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସ୍ଵର୍ଗତ ହରିହର ମିଶ୍ର । ତାଙ୍କର ଆଜି ହେଉଛି ୪୮ତମ ଶ୍ରାଦ୍ଧ ଦିବସ । ଶ୍ରାଦ୍ଧ ଦିବସ ଅବସରରେ ଗଙ୍ଗାନଗର ସ୍ଥିତ ସ୍ମୃତି ସ୍ଥଳରେ ଶ୍ରଦ୍ଧାଞ୍ଚଳି କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଵର୍ଗତ ହରିହର ମିଶ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଯୋଗ ଦେଇଥିବା ବେଳେ ସଂସଦର ସାଧାରଣ ସମ୍ପାଦକ ତପନ କିରଣ ତ୍ରିପାଠି, ଦେବେନ୍ଦ୍ର ବାହିନିପତି, କାଉନସିଲର ସୁଷମା ମହାପାତ୍ର ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ପବନ/ପ୍ରଦୀପ୍ତ/ସମନ୍ୱୟ
