ପୁରୀ, 18 ଜାନୁଆରୀ ( ହି.ସ.) ଶ୍ରୀମନ୍ଦିର ଚୌହଦି ପରିକ୍ରମା ମାର୍ଗ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି । ଏଥିପାଇଁ ମହଯଜ୍ଞ କରାଯାଇଥିଲା । ଗଜପତି ଯଜ୍ଞରେ କର୍ତ୍ତା ହୋଇ ପୂର୍ଣ୍ଣାହୁତି ଦେଇଥିଲେ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ମାର୍ଗ ଚାରିପଟେ ହଜାର ହଜାର ଗଛ ଲଗାଯାଇଛି ।ଭୁତଳ ପାଣି ନ ଥିବାରୁ ଶ୍ରୀମନ୍ଦିର ଗଙ୍ଗାଯମୁନା କୂଅକୁ ପାଣି ଆସୁନି । ସେଥିପାଇଁ ରିଚାର୍ଜ କରାଯାଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବଡ ବଡ ଗଛ ହୋଇ ଆସିଛି ।ସେହି ଗଛ ଲଗାଇବା ପୂର୍ବରୁ ମରିଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ପଶ୍ଚିମ ଦ୍ୱାର ପିଲ୍ଲି ପାଚେରୀ ନିକଟରେ ଚାରୋଟି ଗଛ ମରିଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି ପଥର ଓ ଗଛ କଥା କହୁଛି, ଯାହାକୁ ଭକ୍ତ ନାପସନ୍ଦ କରିଛନ୍ତି । ଖାଲି ପରିକ୍ରମା ମାର୍ଗ ନୁହେଁ ଶ୍ରୀସେତୁ ଦୁଇ ପାର୍ଶ୍ଵରେ ଲଗା ଯାଇଥିବା ଗଛରୁ ଅନେକ ମରିଗଲାଣି । କେଵଳ ଡ୍ରୋନରେ ଫଟୋ ଉଠାଇ ଆଗକୁ ବ୍ୟାପକ ପ୍ରଚାର ପାଇଁ ଏହା ଉଦିଷ୍ଟ ବୋଲି ସହରରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର /ବିଜୟ /ସ୍ୱାଗତିକା/ସମନ୍ୱୟ
