ଭୁବନେଶ୍ୱର, 19 ଡିସେମ୍ବର (ହି.ସ.) – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ଅନୁମୋଦନ କ୍ରମେ ଓଡ଼ିଶା ଯୁବ ଶାଖାର ସଭାପତି ବିଷ୍ଣୁ ମୋହନ ରଥ ରାଜ୍ୟ ଯୁବ ଶାଖାର କର୍ମକର୍ତା ମାନଙ୍କ ନାମ ଘୋଷଣା କରିଛନ୍ତି । ସଭାପତି ଭାବେ ବିଷ୍ଣୁ ମୋହନ ରଥ, ଉପସଭାପତି – ଅଶ୍ୱୀନ କୁମାର ସାମଲ, ମନୋଜ ସ୍ୱାଇଁ, ଛବିନ୍ଦ୍ର ଖିଲାର, ଉଦୟ ନାଥ ରାଉତ, ଦେବାଶିଷ ମହାପାତ୍ର, ବଳବନ୍ତ ବେହେରା, ସାଧାରଣ ସମ୍ପାଦକ ଭାବେ – ଭବାନୀ ଶଙ୍କର ଦାସ, ପ୍ରକାଶ ବେହେରା, ଉପସାଧାରଣ ସମ୍ପାଦକ ଭାବେ – ରଞ୍ଜିତ ପ୍ରଦାନ, ଶୁଭେନ୍ଦୁ କୁମାର ଜେନା ଓ କୋଷାଧ୍ୟକ୍ଷ ଭାବେ – ମାନସ ରଞ୍ଜନ ସାମଲ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ – ୧୩ ଜଣ ଓ ସଂଗଠନ ସମ୍ପାଦକ ଭାବେ ୨୧ ଜଣ ନାମ ଘୋଷଣା କରାଯାଇଛି । ଆଗାମୀ ଦିନରେ ସାରା ଓଡ଼ିଶାରେ ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନିଜର ଦକ୍ଷତା ପ୍ରଦର୍ଶନ କରି ସଭ୍ୟ ସଂଖ୍ୟା ବୃଦ୍ଧି କରିବା ସହିତ ଶ୍ରମିକ ମାନଙ୍କର ପଡ଼ିରହିଥିବା ସମସ୍ୟା ଗୁଡ଼ିକୁ ଆଲୋଚନା ମାଧ୍ୟମରେ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ ମାଧ୍ୟମରେ ହାସଲ କରିବାକୁ ସକ୍ଷମ ହେବ ବୋଲି ଶ୍ରୀ ରଥ ଆଶା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ ଏବଂ ତାଙ୍କ ସମସ୍ତ ରାଜ୍ୟ କର୍ମକର୍ତାମାନେ ଯୁବବାହିନିକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବା ପାଇଁ ଆଶା ପ୍ରକାଟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
