
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ମାଧୋ ସିଂହଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ମାଧୋ ସିଂହଙ୍କ ବୀରଗାଥା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଅଧ୍ୟାୟ । ତାଙ୍କର ଅସୀମ ପରାକାଷ୍ଠା ଓ ନେତୃତ୍ବ ନେବାର କ୍ଷମତା ଯୁବ ସମାଜକୁ ସର୍ବଦା ପ୍ରେରିତ କରିବ । ବୀର ଶହୀଦ୍ ମାଧୋ ସିଂହଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
