ମୁଖୀଗୁଡା ୨୫ ଅକ୍ଟୋବର( ହି. ସ) – ବିଦ୍ୟାଳୟ ନିକଟରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାରୁ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରାଯିବାକୁ ଦାବି ହେଉଛି ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଖଳିଆଭଟା ପ୍ରାଥମିକ ବିଦ୍ୟାଳୟ ଏବଂ କୁଚାଗାଁ ପଂଚାୟତ ଅନ୍ତର୍ଗତ ଧୁଟିଗୁଡା ପ୍ରାଥମିକ ବିଦ୍ୟାଳୟର ନିକଟରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ମଦ୍ୟପଙ୍କ ଅଶ୍ଳୀଳ ଆଚରଣ କୋମଳମତି ଛାତ୍ର ଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡୁଥିବାବେଳେ ପ୍ରାୟତଃ ଗଣ୍ଡଗୋଳ ଘଟୁଥିବାରୁ ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏଣୁ ବେଆଇନ ଭାବେ ବିକ୍ରି ହେଉଥିବା ମଦ ବିକ୍ରୀ ବନ୍ଦ କରିବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର
