
ଭୁବନେଶ୍ୱର, 23 ଡିସେମ୍ବର – ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିର ଙ୍କୁ ଅଣାଗଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।
ସେ କହିଛନ୍ତି ଯେ ନବୀନ ବାବୁ ଜଣେ ବିବାଦୀୟ ମହିଳା ଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ଡାକିଥିଲେ କି? ଯଦି ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି ତେବେ ଶ୍ରୀ ମନ୍ଦିର ପ୍ରଶାସନ ଓ ଭିକେ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ଜାରି କରନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଅମର ଦାବି ନବୀନ ପଟ୍ଟନାୟକ ସମସ୍ତ ଙ୍କ ସମ୍ମୁଖ୍ ରେ କ୍ଷମା ମାଗନ୍ତୁ। ନଚେତ୍ କଂଗ୍ରେସ ଚରମ ପଦକ୍ଷେପ ନେବ। ଗୋମାଂସ ଭକ୍ଷଣ ପାଇଁ ସେ ପ୍ରମୋଟ କରିଛନ୍ତି। ମହାପ୍ରସାଦ ପ୍ରଚାର ପାଇଁ କଣ ଏମିତି ମହିଳା ବ୍ଲଗର ଙ୍କ ଆବଶ୍ୟକତା ପଡ଼ିଲା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବିଜେପି ବିଜେଡ଼ି ଏକାଠି ଅଛନ୍ତି। ମୋଦି ଓ ସାହା ପ୍ରଚାର ପ୍ରସାର ପାଇଁ କାମୀୟା ଯାନି ଙ୍କ ବ୍ୟବହାର କରିଛନ୍ତି। ରାଜ୍ୟ ବିଜେପି କୁ ଏକଥା ଜଣା ଥିବ ବୋଲି ସେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
