
ଭୁବନେଶ୍ୱର, 23 ଡିସେମ୍ବର – କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୀତା ଜୟନ୍ତୀ ଅବସରରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଶ୍ରୀମଦଭାଗବତ ଜୟନ୍ତୀରେ ଆପଣ ସମସ୍ତଙ୍କୁ ହାର୍ଦିକ ଶୁଭକାମନା । ଶାଶ୍ୱତ ଜ୍ଞାନର ଭଣ୍ଡାର ଗୀତା କେବଳ ଭାରତ ନୁହେଁ ବରଂ ସମ୍ପୂର୍ଣ ବିଶ୍ୱ ପାଇଁ ବରଦାନ । ସତ ମାର୍ଗରେ ଚାଲିବା ଦିଗରେ ଗୀତାର ଶିକ୍ଷା ସମ୍ପୂର୍ଣ ମାନବିକତା ପାଇଁ ପଥ ପ୍ରଦର୍ଶକ । ଶ୍ରୀମଦଭାଗବତ ଗୀତାର ଉପଦେଶ ଓ ଜ୍ଞାନକୁ ଲୋକ ମାନଙ୍କ ଯାଏ ପହଂଚାଇ ତାକୁ ପୁନଃ ସ୍ଥାପିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା
