• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା
Regional

କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

CliQ INDIA
Last updated: August 26, 2025 11:45 am
CliQ INDIA
Share
3 Min Read
SHARE
କୃଷିବିଶ୍ୱବିଦ୍ୟାଳୟ ସ୍ଥାପନଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା
କୃଷିବିଶ୍ୱବିଦ୍ୟାଳୟ ସ୍ଥାପନଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା
କୃଷିବିଶ୍ୱବିଦ୍ୟାଳୟ ସ୍ଥାପନଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସରକାରଙ୍କ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରତିନିଧିତ୍ୱ କରୁଛନ୍ତି। ଏହାସହିତ ବଲାଙ୍ଗୀରବାସୀଙ୍କ ଭୋଟପାଇ ତାଙ୍କ ପତ୍ନୀ ସଂଗୀତା କୁମାରୀ ସିଂଦେଓ ସାଂସଦ ହୋଇଛନ୍ତି। ତଥାପି ବିଜେପି ସରକାର ବଲାଙ୍ଗୀରର ନ୍ୟାର୍ଯ୍ୟଦାବିକୁ ଅଣଦେଖା କରିଛି। ବଲାଙ୍ଗୀରର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ଜିଲ୍ଲାବାସୀଙ୍କ ଦାବିକୁ ବିଧାନସଭାରେ ଉପସ୍ଥାପନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ନିଜ ଜିଲ୍ଲାବାସୀଙ୍କୁ ଧୋକାଦେଲେ ବୋଲି ଆଜି କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉକରି ବିଜେଡିଦଳ ଗର୍ଜିଛି। ବିଜେଡିନେତାମାନେ ଅଭିଯୋଗ କରିଛନ୍ତି ଯେ, ଗତ ଏକ ଦଶନ୍ଧୀଧରି ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜନଅନ୍ଦୋଳନ ଜରିଆରେ ଦାବି ହୋଇଆସୁଛି। କିନ୍ତୁ ଏବେ ସରକାର ବଲାଙ୍ଗୀର ବଦଳରେ ସମ୍ବଲପୁରରେ ଏହାକୁ କରିବାକୁ ନିସ୍ପତି ନେଇଛନ୍ତି। ବଲାଙ୍ଗୀର ଜିଲ୍ଲା ବାରମ୍ବାର ଉପେକ୍ଷିତ ହୋଇଚାଲିଛି। ବିଗତ ନବୀନ ପଟ୍ଟନାୟକ ସରକାର ଅମଳରେ ବଲାଙ୍ଗୀର ଜିଲ୍ଲାରେ ଲୋୟରସୁକତେଲ ଜଳସେଚନପ୍ରକଲ୍ପ, ଭୀମଭୋଇ ମେଡିକାଲ କଲେଜ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ସ୍ଥାପନ କରାଯାଇଥିଲା। କିନ୍ତୁ ରାଜ୍ୟରେ ସରକାର ବଦଳି ବିଜେପି ସରକାର ଆସିଲା ପରେ ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣମନ୍ତ୍ରୀ ଥାଇସୁଦ୍ଧା କୌଣସି ପ୍ରକଲ୍ପ ଆସିପାରୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ବଲାଙ୍ଗୀର ବିଜେଡିନଗର ସଭାପତି ଶମ୍ଭୁପ୍ରସାଦ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠନେତା ଲକ୍ଷ୍ମଣ ମେହେର, ପ୍ରଭାସ ପାଣିଗ୍ରାହୀ, ପାଣ୍ଡବ କୁମ୍ଭାର, ମହିଳା ସଭାନେତ୍ରୀ ଦମୟନ୍ତି ବାଘ,ଏଡଭୋକେଟ ଜୟରାମ ମିଶ୍ର, ଅମରେଶ ତ୍ରୀପାଠୀ,କୈଳାଶ ମହାନ୍ତି,ବିଧୁଭୂଷଣ ତ୍ରୀପାଠୀ,ଗୁଲାବ ବାଗ, ସୁଶୀଳ ଚାନ୍ଦ,ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା, ପ୍ରଦ୍ୟୁମ୍ନ ହୋତା, ଛାତ୍ରବିଜେଡିନେତା ସୁମନ ନନ୍ଦ, ପ୍ରମୁଖ ବିଜେପିସରକାରଙ୍କୁ ତୀବ୍ରସମାଲୋଚନା କରିଥିଲେ। ପ୍ରଭାସ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ କୃଷିବିଶ୍ୱବିଦ୍ୟାଳୟ ବଦଳରେ ରାଇସମିଲ ପ୍ରିତିରେ ପଡ଼ିଛନ୍ତି ବୋଲି କଟାକ୍ଷ କରିଥିବାବେଳେ ଯୁବବିଜେଡି ସଭାପତି କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଘ ଜଣେ ଦାଦନସର୍ଦ୍ଦାର ହୋଇଥିବା ଯୋଗୁଁ ଦାଦନଶ୍ରମିକଙ୍କ ସମସ୍ୟାପ୍ରତି ସରକାର ଦୃଷ୍ଟିପାତ କରୁନଥିବା ଅଭିଯୋଗ ଉଠାଇଥିଲେ। ଏହି ଅବସରରେ ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା। ସଭା ଶେଷରେ ବିଜେଡିନେତାମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରାଜସ୍ୱ ଅମଲା ସଂଘର ଧାରଣାସ୍ଥଳକୁ ଯାଇ ସମର୍ଥନ ଜଣାଇଥିଲେ। ବିଜେଡିନେତାଗଣ କହିଥିଲେ ଯେ,ପୂର୍ବସରକାର ଅମଳରେ କର୍ମଚାରୀମାନେ ଆନ୍ଦୋଳନ କଲେ ଆଲୋଚନା କରାଯାଉଥିଲା। କିନ୍ତୁ ଗତ ୧୫ଦିନ ହେଲା ଆନ୍ଦୋଳନ ଚାଲିଥିଲେ ହେଁ ଏହି ସରକାରର କେହି ମଧ୍ୟ ଆଲୋଚନା କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଧାରଣା ରେ ବଲାଙ୍ଗିର ସଦର ବ୍ଲକର ବରିଷ୍ଠ ନେତା କୁଲମଣୀ ମେହେର, ସରୋଜ ସ୍ୱାଇଁ, ନିହାର ରଞ୍ଜନ ସ୍ୱାଇଁ, ଆଶୀର୍ବାଦ ସାହୁ, ମଳୟ ମେହେର, ପୁରୁଷୋତମ ବାଗ , ଚକ୍ର ଭୋଇ, ବିରସେନ ସାହୁ, ଦେଓଗାଁ ବ୍ଲକ ର ସୈଲେନ୍ଦ୍ର ସାହୁ , ଅନ୍ତର୍ଯ୍ୟାମୀ ଭୋଇ, ମଙ୍ଗଲୁ ସାହୁ , ଅଚ୍‌ଯୁତ ମିଶ୍ର , ପ୍ରମୋଦ ବହିଦାର, ବେଣୁଧର ସିଂ, ଛାତ୍ର ନେତା ଦିପକ ବେହେରା, ଗୋପାଲ ମିଶ୍ର ସମେତ ଅନେକ କର୍ମକର୍ତା ଉପସ୍ଥିତ ଥବାବେଳେ ବଲାଙ୍ଗିର ପୌରାଂଚଳ ବିଜେଡିର ସମସ୍ତ କାଉନସିଲର ତଥା ସମ୍ଭୁ ନାଗ, ନନ୍ଦିନୀ ପୋଢ, ସନ୍ତୋଷିନୀ କୁଁଅର , ପିଙ୍କି କବାଟ, ସଞ୍ଜୁଲତା ଦନ୍ତା, ଶତୃଘନ ବାଗ, ମହେନ୍ଦ୍ର ବାଗ, ଲଲାଟେନ୍ଦୁ ପଟ୍ଟନାୟକ, ଗଙ୍ଗାଧର ଚାନ୍ଦ, କିଶୋର କୁମ୍ଭାର, ବରିଷ୍ଠ ସଦସ୍ୟ ଇରସାଦ ଖାନ , ସାଗର ସଙ୍ଗମ ସତପଥି , ସନ୍ତୋଷ ଦନ୍ତା , ଶିବ ପ୍ରସାଦ ବେହେରା, ସୁଦାମ ସାହୁ, ଅସୀମ ପଟ୍ଟନାୟକ, ନରସିଂହ ବାଗ, ବନମାଲୀ ବାଗ , ବୁଲୁ ରାଉତରାୟ , ରାଜୁ କର, ଚନ୍ଦ୍ରମଣୀ ତ୍ରୀପାଠୀ , ଭଗବାନ ବଗର୍ତୀ, ପ୍ରଦିପ ସାହୁ , ଗୁଞ୍ଜ ଖାନ, ଅନାଦୀ ପଟ୍ଟନାୟକ, ମୁନୁ ପୋଢ, ଗୋପାଲ ଦାନୀ , ସନ୍ତୋଷ ପାଣିଗ୍ରାହୀ, ସତ୍ୟ ନାଏକ , ଦିପକ ପଣ୍ଡା , ରଞ୍ଜନ ମିଶ୍ର, ଦିଲିପ ବଗର୍ତୀ , ରମେଶ ବେହେରା, କ୍ଷୀରୋଦ ନାଗ , ପବିତ୍ର ନେପାକ, ରାମ ନାଏକ, ବଂଟି ଚାନ୍ଦ, ମାନୁ ପଟ୍ଟନାୟକ ସମେତ ଅନେକ କର୍ମକର୍ତା ଉପସ୍ଥିତ ରହି ଗଣଭିକ୍ଷୋବକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

…………………………………

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

You Might Also Like

ଆକ୍ସନ ମୁଡରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ
ଆଦିବାସୀଙ୍କ ଜମି ବିକ୍ରି ସଂଶୋଧନ ବିଲ ନେଇ ସରକାରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ
ରାଉତରାପୁର ପଂଚାୟତ ସ୍ତରୀୟ ସଚେତନତା ଶିବିର : ବିକାଶ ପୁସ୍ତିକା ଲୋକାର୍ପିତ
ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବାପଦଯାତ୍ରା
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଲା ପରିବାର ସହିତ ସୌଜନ୍ୟମୂଳକ ସାକ୍ଷାତ
Next Article ହ୍ୱାଇଟ ହାଉସରେ ଦକ୍ଷିଣ କୋରିଆର ନୂଆ ରାଷ୍ଟ୍ରପତି ଲି ଜେ ମ୍ୟଙ୍ଗଙ୍କ ସ୍ୱାଗତ କଲେ ଟ୍ରମ୍ପ, ବ୍ୟାପାର ଓ ପ୍ରତିରକ୍ଷା ଉପରେ ଆଲୋଚନା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?