• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି ରାଜ୍ୟ ସରକାର : ମନମୋହନ ସାମଲ
Regional

ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି ରାଜ୍ୟ ସରକାର : ମନମୋହନ ସାମଲ

CliQ INDIA
Last updated: November 6, 2023 3:30 am
CliQ INDIA
Share
6 Min Read
SHARE

ରାଉରକେଲାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା/ଭୁବନେଶ୍ୱର, 5 ନଭେମ୍ବର (ହି.ସ.)ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୯ବର୍ଷର ଶାସନରେ ଭାରତ ବିଶ୍ୱର ୫ନଂ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଛି । ଭାରତ ଖୁବଶୀଘ୍ର ଜାପାନ ଓ ଜର୍ମାନୀକୁ ପଛରେ ପକାଇ ୩ନଂରେ ପହଂଚିବ । ୨୦୪୭ରେ ସ୍ୱାଧୀନତାର ୧୦୦ବର୍ଷ ପୂର୍ତି ବେଳକୁ ଭାରତ ଏକ ବିକଶିତ ଦେଶରେ ପରିଣତ ହୋଇସାରିଥିବ । ମୋଦିଜୀଙ୍କ ଦୁର୍ନୀତି ପ୍ରତି “ଶୂନ୍ୟ ସହିଷ୍ଣୁତା” ନୀତି ଯୋଗୁଁ ଏହା ସମ୍ଭବ ହୋଇଛି । ମୋଦିଜୀ ସମ୍ପୂର୍ଣ୍ଣ ଶକ୍ତି ସହିତ ଦୁର୍ନୀତି ବିରୋଧରେ ଗତ ୯ବର୍ଷ ଧରି ଲଢ଼େଇ କରୁଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ଲକ୍ଷ କୋଟି ଟଙ୍କା ସଂଚୟ ହୋଇଛି, ନହେଲେ ଏହି ଅର୍ଥ ବାଟମାରଣା ହୋଇ ଭ୍ରଷ୍ଟାଚାରୀଙ୍କ ହାତକୁ ଯାଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ୨୩ବର୍ଷର ନବୀନ ସରକାର ଦୁର୍ନୀତିରେ ବୁଡି ରହିଛି । ବିଜେଡିନେତା ଓ ଅଫିସରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଉଇ ଭଳି ଓଡ଼ିଶାକୁ ଫମ୍ଫା କରିଚାଲିଛି । ସିଏଜି ରିପୋର୍ଟରୁ ନବୀନ ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ôଥକ ଅନିୟମିତତା ପଦାରେ ପଡିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଉରକେଲାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ଓଡିଶାରେ ୯ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ, ତାହାକୁ ମୋଦି ସରକାର ଅନୁମୋଦନ ଦେଇସାରିଛନ୍ତି । ଏବେ ରାଉରକେଲାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବ ଦିଅନ୍ତୁ । ଏୟାର ପୋର୍ଟକୁ “ଉଡାନ” କର୍ତୃପକ୍ଷଙ୍କୁ ହସ୍ତାନ୍ତର କରନ୍ତୁ । ତାଳଚେର ବିମଳାଗଡ ରେଳଲାଇନ କାହା ଚାପରେ ଏଯାଏଁ ହୋଇନାହିଁ ତାହାର ତୁରନ୍ତ ସୁବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ତାଳଚେର ବିମଳାଗଡ ପାଇଁ ଜମି ଅଧିଗ୍ରହଣ କରନ୍ତୁ । ବ୍ରାହ୍ମଣୀ ବ୍ରିଜ ମୋଦିଜୀ କରିଥିବାରୁ ଲୋକେ ଉପକୃତ ହେଉଛନ୍ତି । ରାଉରକେଲା ଅଂଚଳର ବିକାଶ ପାଇଁ ମୋଦିଜୀ “ବନ୍ଦେ ଭାରତ ଟ୍ରେନ” ଚଳାଚଳ ଆରମ୍ଭ କରିଛନ୍ତି । ସ୍ମାର୍ଟସିଟି ରାଉରକେଲାକୁ ମୋଦିଜୀ କୋଟି କୋଟି ଟଙ୍କା ଦେଇଛନ୍ତି । ରାଉରକେଲାର ସାମଗ୍ରୀକ ବିକାଶ ପାଇଁ ମୋଦିଜୀ କାମ କରୁଥିବାରୁ ସ୍ଥାନୀୟ ଲୋକେ ମୋଦିଜୀଙ୍କୁ ବହୁମାତ୍ରାରେ ଭଲ ପାଉଥିବା ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ ସରକାର ୨୩ବର୍ଷର ଶାସନରେ ଓଡିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି । ଆଜି ପଂଚାୟତ, ବ୍ଲକ, ଜିଲ୍ଲାସ୍ତରୀୟ ଅଫିସରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ରାଜ୍ୟ ସରକାରଙ୍କ ଗୁମାସ୍ତାମାନେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବଡ ବଡ ଅଟାଳିକା ନିର୍ମାଣ ହେଉଛି ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ । ସେହିପରି “ମୋ ଗାଁ ମୋ ବିକାଶ”ରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ବିଭାଗୀୟ ଅଧିକାରୀମାନେ ଜେଲ୍ ଯାଇଛନ୍ତି । ଏବେ “ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର । ସେଥିରେ ସିଧାସିଧା ୫୦ ପ୍ରତିଶତ ପିସି କାରବାର ହେଉଛି । ଓଡ଼ିଶା ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ୫୦ପ୍ରତିଶତ ପିସି କାରବାର ଚାଲିଛି । “ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନାରେ ହେଉଥିବା ସମସ୍ତ କାମରେ ୫୦ପ୍ରତିଶତ ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅନୈତିକଭାବେ ଅର୍ଥ ଯୋଗାଯାଉଛି । ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରୁଛି ବିଜେଡି ବୋଲି ଶ୍ରୀ ସାମଲ କହିଛନ୍ତି ।

ମୋଦି ସରକାର ଓଡ଼ିଶାର ଲୋକଙ୍କ ପାଇଁ ବିପୁଳ ଅର୍ଥ ପଠାଉଛନ୍ତି । କଂଗ୍ରେସ ସରକାରରେ ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୩ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାରରେ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି କିନ୍ତୁ ବିଜେଡି ସରକାରର ଦୁର୍ନୀତି ଯୋଗୁଁ ଓଡ଼ିଶାବାସୀଙ୍କୁ ଏହାର ସୁଫଳ ମିଳିପାରିନାହିଁ । ପିଏମ୍ ଆବାସ ଯୋଜନାରେ ମୋଦି ସରକାର ୩୨ଲକ୍ଷ ଆବାସ ଦେବା ପରେ ବି ରାଜ୍ୟରେ ଅନେକ ଲୋକଙ୍କୁ ଏଯାଏଁ ପକ୍କା ଛାତ ମିଳିପାରିନାହିଁ । ୨୦ହଜାର ଟଙ୍କା ଲାଂଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଂଚ ନଦେଲେ ଭତା ମିଳୁନି, ୫ହଜାର ଟଙ୍କା ନଦେଲେ ରାସନ କାର୍ଡ ମିଳୁନି । ସେହିପରି ପାଇଖାନା ନିର୍ମାଣ ପାଇଁ ୨ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ନିଜର ଅଧିକାର ପାଇଁ ଲୋକଙ୍କୁ ଲାଂଚ ଦେବାକୁ ପଡୁଛି । ନବୀନ ସରକାର ନିଜ ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ପକେଟ ଗରମ କରୁଥିବା ସରକାର ବୋଲି ଶ୍ରୀ ସାମଲ କହିଛନ୍ତି ।

ସେହିପରି ୧୫ଅଗଷ୍ଟ ୨୦୧୯ରେ ୭୫ବର୍ଷ ଅମୃତ ମହୋତ୍ସବ ଅବକାଶରେ ଯଶ୍ୱସୀ ମୋଦିଜୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ଏ ବାବଦରେ ୧୫ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ମିଳିସାରିଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେଡି ସରକାର ଏହି ଅର୍ଥକୁ ଲୁଟ୍ କରିଛନ୍ତି । ଓଡ଼ିଶାର ଲୋକଙ୍କ ପାଖରେ ପିଇବା ପାଣି ଟୋପେ ପହଂଚୁନାହିଁ । ଏହାର ଏକ ଉଦାହରଣ କେନ୍ଦୁଝରରେ ୧୧ଜଣ ଜୁଆଙ୍ଗ ଜନଜାତିର ଲୋକ ବିଷାକ୍ତ ପାଣି ପିଇ ମୃତ୍ୟୁବରଣ କରିଥିଲେ । ଏସମସ୍ତ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଦୁଇ ମାସ ତଳେ ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ବିଜେପିକୁ ଅଭୂତପୂର୍ବ ଜନସମର୍ଥନ ମିଳିଥିଲା । ଯାହା ପ୍ରମାଣିତ କରୁଛି ସାଧାରଣ ଲୋକଙ୍କ ମନରେ ନବୀନ ସରକାର ବିରୋଧରେ ଏକ ଜନଆକ୍ରୋଶ ରହିଛି । ଏହି ଜନଆକ୍ରୋଶକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟି ଲଢ଼େଇ ଜାରି ରଖିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରିବ । ରାଜ୍ୟର ଜନସାଧାରଣ ଏହି ଦୁର୍ନୀତି ବିରୁଦ୍ଧ ଲଢ଼େଇରେ ସାମିଲ ହେବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି ।

ଓଡ଼ିଶାବାସୀଙ୍କ ଭିତରେ ଯେଉଁ ଆକ୍ରୋଶ ଅଛି ତାହା ଏକ ବିରାଟ ଜନଆନ୍ଦୋଳନର ରୂପ ନେବ । ଆଗାମୀ ୨୦୨୪ ନିର୍ବାଚନରେ ଏ ସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରର ଅନ୍ତ ଘଟିବ । ଭାରତୀୟ ଜନତା ପାର୍ଟି ଓ ଓଡ଼ିଶାର ଜନତା ଏହାର ମାଧ୍ୟମ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଧୈର୍ଯ୍ୟ ଓ ସାଧୁତାର ସହ ଗରିବ କଲ୍ୟାଣ ବା ଗରିବଙ୍କ ପାଇଁ କାର୍ଯ୍ୟ କରିଛି । ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି । ୫ବର୍ଷରେ ଦେଶରେ ଦାରିଦ୍ୟ କବଳରୁ ୧୩.୫୦କୋଟି ଲୋକ ବାହାରକୁ ଆସିଛନ୍ତି । ପୁଣି ମୋଦିଜୀ ଗରିବ ଲୋକଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ” ଯୋଜନାର ଅବଧିକୁ ଆଉ ୫ବର୍ଷ ବଢ଼ାଇ ଦେଇଛନ୍ତି । ମୋଦିଜୀଙ୍କ ଗରିବଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହି ଅବସରରେ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରୟ, ବଟ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୧୩୯୮ ଚିକିତ୍ସିତ
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରାଇ ଦାମୋଦର ବେଶର ଶେଷ ଦିନ
ବାତ୍ୟା ସମୟରେ ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଯତ୍ନ
ସୁଷମା ସ୍ୱରାଜଙ୍କ ସ୍ମରଣ କଲେ ପ୍ରଭାତି ପରିଡା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଦିବାସୀଙ୍କୁ ଅନ୍ଧାରରେ ରଖି ଲୁଟ୍ କରିଛି କଂଗ୍ରେସ, ଏବେ ବିଭ୍ରାନ୍ତ କରି ଲୁଟ୍ କରିବାକୁ ପ୍ରସ୍ତୁତି- ପିଏମ ମୋଦି
Next Article ଆସାମର ଢେକିୟଜୁଲୀରେ ଏନ୍ଏଚ୍-୧୫ରେ ସଡ଼କ ଦୁର୍ଘଟଣା, ୩ଜଣଙ୍କ ମୃତ୍ୟୁ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?