ଜୟପୁର, ୬ ମଇ – ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ଭୋଟ ଦେଲେ ପୋଲିଂ କର୍ମଚାରି । କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିଂ କର୍ମଚାରି ମାନେ ପୋଷ୍ଟ ବ୍ୟାଲେଟ୍ ଯୋଗେ ଭୋଟ ଦେଇଛନ୍ତି । ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ୪ଟି ସେଣ୍ଟର କରାଯାଇଥିବା ବେଳେ ମହିଳା ମହାବିଦ୍ୟାଳୟରେ ୨ଟି ସେଣ୍ଟର କରାଯାଇଛି । ମୋଟ ୮୪୭ ପୋଲିଂ ହୋଇଥିବା ଜଣାଯାଇଛି । ଏଥି ମଧ୍ୟରୁ ୨୩୪ ଜଣ ଜୟପୁର ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଦେଇଥିବା ବେଳେ ୮୧ ଜଣ କୋଟପାଡ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଦେଇଥିଲେ । ସକାଳ ସାଢେ ୭ଟାରୁ ପୋଲିଂ ଆରମ୍ଭ ହୋଇଥିଲା ।
ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡା, ବିଡିଓ ଶକ୍ତି ମହାପାତ୍ର, ପୌର ନିର୍ବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ମୋନାଲିସା ଆଚାଯ୍ୟ ତଦାରଖ କରିଥିଲେ ।
