ମାଲକାନଗିରି, ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ ବିଭାଗ କିମ୍ବା ଟାଟା ପାୱାର ପକ୍ଷରୁ ନିଆଯାଉନାହିଁ ପଦକ୍ଷେପ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଗ୍ରାମରେ ଥିବା ମଙ୍ଗଳ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଲକ୍ଷ୍ମୀ ବସ ଷ୍ଟପଠାରେ ନେକ ଦିନ ହେବ ବିଦ୍ୟୁତ ଯୋଗାଣ ପାଇଁ ରହିଥିବା ହାଇଭୋଲଟେଜ ତାରଟି ତଳକୁ ଲମ୍ବି ରହିଛି । ତେବେ ସେହି ରାସ୍ତା ଦେଇ ଅନେକ ବସ, ଟ୍ରକ୍, ଯାନ ବାହାନ ପ୍ରଭୁତି ଯାଉଥିବା ବେଳେ ଏହି ତାରଟି ବଡ ଗାଡି ଗୁଡିକର ସସ୍ପର୍ଶରେ ଆସିବାର ଭୟଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖୀ ସ୍ଥାନୀୟ ଲୋକେ ବାରମ୍ବାର ଏନେଇ ବିଦ୍ୟୁତ ବିଭାଗର ଅଧିକାରୀ ଓ ଟାଟା ପାୱାର ଅଧୂକାରୀଙ୍କ ସୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଲୋକଙ୍କୁ ଏହାର ସୁଫଳ ମିଳୁ ନାହି । ଫଳରେ ଏହି ତାର ଦ୍ୱାରା ବଡ ଧରଣର ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ନିକଟରେ ବିଦ୍ୟାଳୟ ରହିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ବସ୍ଯାତ୍ରୀମାନେ ମଧ୍ୟ ଭୟ କରୁଛନ୍ତି ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
