ନୂଆଦିଲ୍ଲୀ, 03 ମଇ – ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇଛନ୍ତି। ଏପରି କାର୍ଯ୍ୟ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩(୧) ଅନୁଯାୟୀ ଲାଞ୍ଚ ନେବା ସହ ଜଡ଼ିତ ଦୁର୍ନୀତି ଆଚରଣ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, କେତେକ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ମାନେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ବ୍ୟକ୍ତିବିଶେଷଙ୍କୁ ପଞ୍ଜୀକୃତ କରିବା ପାଇଁ ବୈଧ ସର୍ବେକ୍ଷଣ ଏବଂ ଦଳଗତ ପ୍ରୟାସ ମଧ୍ୟରେ ଥିବା ସୀମାକୁ ଲଂଘନ କରୁଥିବା ଭଳି କାର୍ଯ୍ୟକଳାପରେ ନିୟୋଜିତ ହେଉଛନ୍ତି।’’
ନିର୍ବାଚନ ପରବର୍ତ୍ତୀ ଫାଇଦା ପାଇଁ ପଞ୍ଜୀକରଣ କରିବା ପାଇଁ ବ୍ୟକ୍ତିଗତ ଭାବେ ଭୋଟରଙ୍କୁ ଆମନ୍ତ୍ରଣ/ଆହ୍ୱାନ ଦେବା କାର୍ଯ୍ୟ ମତଦାତା ଓ ପ୍ରସ୍ତାବିତ ଲାଭ ମଧ୍ୟରେ ଆପୋସ କାରବାର ସମ୍ପର୍କ ଆବଶ୍ୟକତା ବିଷୟରେ ଏକ ଧାରଣା ସୃଷ୍ଟି କରିପାରେ। ଏହା ଏକ ନିର୍ଦ୍ଦିଷ୍ଟ ଉପାୟରେ ମତଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସୃଷ୍ଟି କରିବାର ସମ୍ଭାବନା ରହିଛି ଯାହାଦ୍ୱାରା ପ୍ରଲୋଭନ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆୟୋଗ କହିଛନ୍ତି।
ସାମାନ୍ୟ ଏବଂ ସାଧାରଣ ନିର୍ବାଚନୀ ପ୍ରତିଶ୍ରୁତି ଅନୁମତି ପ୍ରଦାନ କରାଯିବା ପରିସରରେ ଆସୁଛି ବୋଲି ଆୟୋଗ ସ୍ୱୀକାର କରିଛନ୍ତି । ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଥିବା ଏଭଳି କାର୍ଯ୍ୟକଳାପ ଗୁଡ଼ିକ ବୈଧ ସର୍ବେକ୍ଷଣ କାର୍ଯ୍ୟକଳାପ କିମ୍ବା ସମ୍ଭାବ୍ୟ ବ୍ୟକ୍ତିଗତ ଲାଭ ସମ୍ବନ୍ଧୀୟ ସରକାରୀ କାର୍ଯ୍ୟକ୍ରମ ଅଥବା ଦଳୀୟ ଏଜେଣ୍ଡା ବିଷୟରେ ସୂଚନା ଦେବାର ପ୍ରୟାସ ବୋଲି ପରିଚୟ ଦେଇ ପ୍ରାମାଣିକ ସର୍ବେକ୍ଷଣ ଏବଂ ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ପଞ୍ଜୀକରଣ କରାଯାଉଥିବା ଆୟୋଗ ଉଲ୍ଲେଖ କରିଛନ୍ତି । ଏହା ଏକ ପକ୍ଷପାତିତା ପୂର୍ଣ୍ଣ ପ୍ରୟାସ ବୋଲି ଆୟୋଗ କରିଛନ୍ତି ।
