
ଭୁବନେଶ୍ୱର, 27 ଜାନୁଆରୀ – ନୟାଗଡ ଜିଲ୍ଲାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଏକ କୋଚିଂ ଇନଷ୍ଟିଚ୍ୟୁଟର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନୟାଗଡ ଜିଲ୍ଲାର ଦଶପଲ୍ଲାରେ ଏକ ସଡକ ଦୁର୍ଘଟଣାରେ ଏକ କୋଚିଂ ସେଂଟରର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ସୂଚନା ମିଳିଛି । ଈଶ୍ୱର ସେମାନଙ୍କୁ ତାଙ୍କର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ । ସେମାନଙ୍କ ଶୋକ ସଂତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମା ମାନଙ୍କର ଶାନ୍ତି ଓ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।/ସମନ୍ୱୟ
