ଭୁବନେଶ୍ୱର, – ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ଯସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଜୟଦେବ ଭବନରେ ପୂର୍ବାହ୍ନ ୧୦.୩୦ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ବନ୍ଧିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟିତ ହେବ । ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ରାଜ୍ଯସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବେ ।
