ପୁରୀ, ୧୦ ମଇ – ଆର୍ଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ । ପୁରୀ ଆର୍ଟିଓ ଏବଂ ଏମ୍ଭିଆଇ ଜିଲ୍ଲାର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ଅନେକ ଗାଡ଼ିକୁ ଚାଲାଣ କରିଥିବାବେଳେ ଦ୍ରୁତଗତିରେ ଯାଉଥିବା ୨ଗୋଟି ବସ୍ ଓଆର୍୦୨ୱାଇ ୫୩୬୪ ନମ୍ବର ଓ ଓଆର୍୦୨ ଏ ୫୨୧୦ ନମ୍ବର ବସ୍କୁ ସିଜ କରାଯାଇ ଅଫିସ୍ରେ ଅଟକ ରଖାଯାଇଛି । ଚେକିଙ୍ଗ ପରେ ଉଭୟ ବସ୍ର ୨ଜଣ ଯାକ ଚାଳକ ପ୍ରଚୁର ମଦ ପିଇ ଥିବାର ପୁରୀ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ ଗୋଟେ ବସ୍କୁ ୨୦ ହଜାର ଟଙ୍କା ଫାଇନ ଓ ଅନ୍ୟ ବସ୍କୁ ୧ ଲକ୍ଷ ୩୭ ହଜାର ୪୨୨ ଟଙ୍କା ଫାଇନ କରଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ପିନାକ ମିଶ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର୍ଟିଓ ରବିନ୍ ପଟ୍ଟନାୟକ ଏବଂ ଏମ୍ଭିଆଇଙ୍କ ସହିତ ସମସ୍ତ କର୍ମଚାରୀ ସାମିଲ ଥିଲେ । ଆଗକୁ ଜିଲ୍ଲାରେ ପରିବହନ ବିଭାଗ ଓ ପୋଲିସର ମିଳିତ ପ୍ରୟାସରେ ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆକୁ ସୂଚନା ଦେଇଥିବାବେଳେ ଗାଡ଼ିଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନକୁ ମାନି ଚଳିବାକୁ ନିବେଦନ କରିଛନ୍ତି । ଯା’ଦ୍ୱାରା କି ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଥିଲେ । ବିଶେଷ କରି ପୁରୀ ଜିଲ୍ଲାରେ ଦୁର୍ଘଟଣା ମୃତ୍ୟୁହାର ରୋକିବାକୁ ପ୍ରତ୍ୟେକ ମଦୁଆ ଗାଡ଼ି ଚାଳକଙ୍କ ପ୍ରତି କଡ଼ା ନଜର ରଖି ତାଙ୍କୁ ସାୱାର୍ଡ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆର୍ଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଉଭୟ ବସ୍ର ସବୁ ଯାତ୍ରୀ ବିପଦ ମୁକ୍ତ ଭାବେ ଓହ୍ଲାଇଥିବାରୁ ସହର
