

ଜୟପୁର, ୧୬ ମାର୍ଚ୍ଚ – ଜୟପୁର ଜିଲା କୋର୍ଟ ନିକଟରେ ପେନାଙ୍ଗି ସଂରକ୍ଷିତ ଜଙ୍ଗଲରେ ହୋଇଥିବା ନେଚର ଟ୍ରାୟଲ ପାର୍କ ଉଦଘାଟନ ହୋଇଛି । ସେହିପରି ସୌରାସାହି ବସନ୍ତାୟୀ ମନ୍ଦିର ସମ୍ମୁଖରେ ଗୋଷ୍ଠି କେନ୍ଦ୍ର ଓ ଡଙ୍ଗାଗୁଡାରେ ଗୋଷ୍ଠି କେନ୍ଦ୍ର ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ଦିଆଯାଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି । ଏହାଦ୍ଵାରା ଜୟପୁର ବାସୀ ଉପଭୋଗ କରିବା ସହ ନେଚର ଟ୍ରାୟଲ ଦ୍ଵାରା ସ୍ଵାସ୍ଥ୍ୟ ଭଲ ରହିବ । ସକାଳୁ ଓ ସଂନ୍ଧ୍ୟାରେ ଲୋକ ମାନେ ଭ୍ରମଣ କରିବା ସହ ପ୍ରକୃତିକୁ ଉପଭୋଗ କରିପାରିବେ ।
ଏହି ଲୋକାର୍ପଣ କାଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର ନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଡିଏଫଓ ପ୍ରତାପ କୁମାର ବେହେରା, ଜୟପୁର ବନାଞ୍ଚଳ ଅଧିକାରି ସଚିଦାନନ୍ଦ ପରିଡା, ପୌର ଯନ୍ତ୍ରୀ ବିଶ୍ଵନାଥ ପାତ୍ର, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଜାନି, ପ୍ରତାପ ଚନ୍ଦ୍ର ଆଚାଯ୍ୟ, କାଉନସିଲର ରବୀନ୍ଦ୍ର ପ୍ରସାଦ ସାହୁ, ପ୍ରଣବ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
